Latest Odisha News

BREAKING NEWS

‘ବଚ୍ଚନ ପାଣ୍ଡେ’ ଶୁଟିଂ ସେଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଖିଲାଡି ଷ୍ଟାର

ମୁମ୍ବାଇ: ‘ବଚ୍ଚନ ପାଣ୍ଡେ’ର ଶୁଟିଂ ସେଟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ରିତି ସାନନ୍ । ଘଟଣାସ୍ଥଳରେ ଅଗ୍ନିକୁ ଆୟତ୍ତ କରାଯାଇଛି ।

ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିଛି ପ୍ୟାଚ୍ କାମ ବାକି ଅଛି । ବାକି କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ସେଟ୍ରେ ନିଅାଁ ଲାଗିଯାଇଥିଲା । ଏଥିରେ କାହାର କିଛି ହୋଇନଥିବା ଜଣାପଡ଼ିଛି । ଶୁଟିଂ କେଉଁଠି ହେଉଥିଲା ତାହା କୁହାଯାଇ ନାହିଁ ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର । ତାଙ୍କ ଅପୋଜିଟ୍ରେ କ୍ରିତି ସାନନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ବଚ୍ଚନ ପାଣ୍ଡେ ଭୂମିକାରେ ନଜର ଆସିବେ। ସାମ୍ବାଦିକ ରୂପେ ନଜର ଆସିବେ କ୍ରିତି, ଯିଏକି ତାଙ୍କ ପାଇଁ ଏକ ଫିଲ୍ମ ତିଆରି ଲାଗି ଯୋଜନା କରିଛନ୍ତି।

Comments are closed, but trackbacks and pingbacks are open.