Latest Odisha News

BREAKING NEWS

ଛୋଟ ପରଦାରେ ଧମାଲ୍ କରିବେ ଅକ୍ଷୟ କୁମାର, ଆସୁଛି  ‘Wheel Of Fortune…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏବଂ OTT ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଥିବା ରିଆଲିଟି ଗେମ୍ ଶୋ’ ହ୍ୱିଲ୍ ଅଫ୍ ଫର୍ଚୁନ୍ ‘ର ହୋଷ୍ଟିଂ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ଛୋଟ ପରଦାକୁ ଫେରିବା ନେଇ ସୂଚନା ମିଳିଛି।

ତେବେ ସୋନି ନେଟୱାର୍କ ଏହି ଶୋକୁ ଭାରତୀୟ ଫର୍ମାଟରେ ନିର୍ମାଣ କରିବା ପାଇଁ ଏହାର କପିରାଇଟ ଅଧିକାର ହାସଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ଶୋ ଜାନୁଆରୀ ୨୦୨୬ର ମଧ୍ୟଭାଗରେ ଆରମ୍ଭ ହେବାକୁ ଯାଉଅଛି। ଏହି ଶୋକୁ ଦମଦାର ଭାବରେ ଉପସ୍ଥାପନ କରିବା ପାଇଁ ପ୍ରଡକ୍ସନ ଟିମ୍ ଜୋରଦାର ପ୍ରସ୍ତୁତ ଚଳାଇଥିବା ନେଇ କୁହାଯାଉଛି।

ତେବେ ଏହି ଶୋ ପାଇଁ ସୋନି ଜଣେ ନାମୀଦାମୀ ସୁପରଷ୍ଟାର ଖୋଜୁଥିଲେ ଯିଏ କି ସାଧାରଣ ଜନତା ସହ ନିଜକୁ ଯୋଡି ପାରୁଥିବେ। ତେଣୁ ଅକ୍ଷୟ କୁମାରଙ୍କ ବ୍ୟକ୍ତିତ୍ଵ, ବୁଦ୍ଧି ଓ ସ୍କ୍ରିନ ସହିତ ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସୋନି ଚ୍ୟାନେଲ ତାଙ୍କୁ ଚୟନ କରିଥିଲା।

ଏହି ଶୋକୁ ବର୍ତ୍ତମାନ ସୋନିର ଦଶନ୍ଧି ଧରି ଚାଲି ଆସିଥିବା ଅମିତାଭ ବଚ୍ଚନଙ୍କ ଶୋ କୌନ୍ ବନେଗା କରୋଡ଼ ପତି ସହିତ ଲୋକମାନେ ତୁଳନା କରିବାରେ ଲାଗିଛନ୍ତି। ତେବେ ଏହି ଶୋ ଅମିତାଭଙ୍କ ଶୋ ଭଳି ଲୋକପ୍ରିୟତା ହାସଲ କରିପାରିବ କି ନାହିଁ ତାହା ଆଗକୁ ଦେଖିବାକୁ ମିଳିବ।

 

Comments are closed.