Latest Odisha News

BREAKING NEWS

‘ବେଲ୍‌ବଟମ୍‌’; ୩ ଦିନରେ ଆୟ ୯‌ କୋଟି!

ନୂଆଦିଲ୍ଲୀ: କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ବଲିଉଡ୍‌ ମୁଭି ବେଲ୍‌ବଟମ୍‌। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ଆଦୃତ ଲାଭ କରିଛି। ତେବେ କିଛି ବିବାଦୀୟ ଦୃଶ୍ୟ ଯୋଗୁ ଏହାକୁ କିଛି ଦେଶରେ ବ୍ୟାନ୍‌ ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି।

ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ଏହା ମିଶ୍ରିତ ଫଳ ପ୍ରଦାନ କରିଛି। ବାଣିଜ୍ୟ ୱେବସାଇଟ୍ ବକ୍ସ ଅଫିସ୍ ଇଣ୍ଡିଆ ଅନୁଯାୟୀ ଅକ୍ଷୟ କୁମାରଙ୍କ ସ୍ପାଏ ଥ୍ରୀଲର ମୁଭି ବେଲବଟମ୍ ତିନି ଦିନରେ ପ୍ରାୟ  ୮.୭୫ କୋଟି ଆୟ କରିବାରେ ସଫଳ ହୋଇଛି।

ଏହି ଚଳଚ୍ଚିତ୍ର ମହାରାଷ୍ଟ୍ର, ଆସାମ, ତାମିଲନାଡୁ ଏବଂ କେରଳରେ ମୁକ୍ତିଲାଭ କରି ନାହିଁ। ସିନେମା ହଲ୍‌ ବନ୍ଦ ଯୋଗୁ ଫିଲ୍ମ ଆଶା ମୁତାବକ ବ୍ୟବସାୟ ହୋଇପାରୁନଥିବା କୁହାଯାଉଛି।

Comments are closed.