Latest Odisha News

BREAKING NEWS

ନୂଆ ଲୁକ୍‌ରେ ଅକ୍ଷୟ: ୧୧ରେ ରିଲିଜ୍ ହେବ ‘ଓ ମାଇ ଗଡ୍ ୨’ର ଟିଜର

ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଓ ମାଇ ଗଡ୍ ୨’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଜୁଲାଇ ୧୧ ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ନୂଆ ଲୁକ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଲୁକ୍‌କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଆଉ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜେ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳିଛି । ତାଙ୍କର ଏହି ଲୁକ୍ ଦେଖି ପ୍ରଶଂସକ ଖୁବ୍ ପ୍ରଶଂସା କରୁଛନ୍ତି । ଜୁଲାଇ ୧୧ରେ ଫିଲ୍ମର ଟିଜର ଓ ଅଗଷ୍ଟ ୧୧ ତାରିଖରେ ଫିଲ୍ମଟି ରିଲିଜ୍ ହେବ ବୋଲି ଅକ୍ଷୟ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ୟାମି ଗୌତମ ମଧ୍ୟ ନଜର ଆସିବେ ।

Comments are closed.