ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଭୂମିକା ବେଶ ଚର୍ଚ୍ଚାର କାରଣ ସାଜିଛି । ରହେମାନ ଡକୈତ ଭୂମିକାରେ ସେ ଚମତ୍କାର ଅଭିନୟ କରିଛନ୍ତି । ଏବେ ତାଜା ଖବର ଅନୁସାରେ ବର୍ଡର ୨ରେ ମଧ୍ୟ ଅକ୍ଷୟ ଅଭିନୟ କରିବାକୁ ଯାଉଛନ୍ତି । ଏଥିସହ ସେ ୨୮ ବର୍ଷ ପରେ ସନୀ ଦେଓଲଙ୍କ ସହ ପୂର୍ନବାର ଏକତ୍ର ଅଭିନୟ କରିବେ । ୧୯୯୭ରେ ରିିଲିଜ ହୋଇଥିବା ବର୍ଡର ଫିଲ୍ମରେ ସେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଜ୍ୟାକି ଶ୍ରଫ, ସୁନୀଲ ଶେଟ୍ଟୀ ଓ ସନୀ ଦେଓଲ ମଧ୍ୟ ଅଭିନୟ କରିଥିଲେ ।
ସେ ସମୟରେ ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରିଥିଲା । ମାତ୍ର ୧୨ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୭୦ କୋଟି ଆୟ କରିଥିଲେ । ଦୀର୍ଘ ଦିନ ପରେ ଏହାର ସୀକ୍ୱେଲ ଆରମ୍ଭ ହୋଇଛି । ଏଥିରେ ସନୀଙ୍କ ବ୍ୟତୀତ ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ, ଦିଲଜିତ ଦୋସାଞ୍ଝ ଓ ଏବେ ଅକ୍ଷୟଙ୍କ ଏଂଟ୍ରି ହୋଇଛି । ଫିଲ୍ମ ୨୩ ଜାନୁୟାରୀ ୨୦୨୬ରେ ରିଲିଜ ହେବ । ଧୂରନ୍ଧର ପରେ ଅକ୍ଷୟଙ୍କ ଏହା ଆଉ ଏକ ବଡ ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି ।