ନୂଆଦିଲ୍ଲୀ:ଗାଜାରୁ ଆସିଲା ଦୁଃଖଦ ଖବର । ଅଲ ଜଜିରାର ରିପୋର୍ଟର ଯୁଦ୍ଧ ଘଟଣାର କଭରେଜ କରୁଥିବାବେଳେ ବୋମା ମାଡରେ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରଛନ୍ତି । ଇସ୍ରାଏଲ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଶହଶହ ପରିବାର ବରଦବାଦ ହେଇଗଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନି । ଏ ସବୁ ହୃଦୟ ବିଦାରକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁ କରୁ ସେପଟେ ପୁରା ପରିବାର ତାଙ୍କର ନିଃଶେଷ ହୋଇଗଲା । ଅଲଜଜିରା ସାମ୍ବାଦିକଙ୍କ ପତ୍ନୀ, ପୁଅ ଏବଂ ଝିଅ ସମେତ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।
ସବୁଠାରୁ ଦୁଃଖଦ କଥା ହେଉଛି, ଯେତେବେଳେ ସେ ତାଙ୍କର ପରିବାରର ଏପରି ଦୁଃଖଦ ଖବର ପାଇଲେ ଠିକ ସେତିକି ବେଳେ ସେ ଯୁଦ୍ଧର ଲାଇଭ ବ୍ରଡକାଷ୍ଟ କରୁଥିଲେ । ଏହି ଖବର ଶୁଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ।
ଏହି ସୂଚନା ବୁଧବାର ନେଟୱର୍କ ଦିନ ଦିଆଯାଇଛି । ନେଟୱର୍କ ସହ ଏକ ସାକ୍ଷାତକାର ସମୟରେ ସାମ୍ବାଦିକ ଜଣକ କହିଛନ୍ତି, ମହିଳା ଏବଂ ପିଲାମାନେ ବହୁତ ଅତ୍ୟାଚାରର ଶିକାର ହେଉଛନ୍ତି ।
ସାମ୍ବାଦିକ ଭାଏଲ ଅଲ ଦହଦୌହ କହିଛନ୍ତି, ଲୋକଙ୍କ ଘର ଉପରେ ବୋମାମାଡ କରାଯାଉଛି । ୫୩ ବର୍ଷୀୟ ସାମ୍ବାଦିକ ଦହଦୌହ ଅଲ ଜଜିରାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଅଟନ୍ତି । ସେ କହିଛନ୍ତି, ‘ଏହା ଆମର ଭାଗ୍ୟ । ଆମର ପସନ୍ଦ ଏବଂ ଧୈର୍ଯ୍ୟ ଅଛି । ତେଣୁ ଆମେ ଏଠାରେ ରହିଛୁ । ଆମେ ଏହି ରାସ୍ତାରୁ ହଟିବୁ ନାହିଁ ।
“This is the ‘safe’ area that the occupation army spoke of.”
Al Jazeera’s Wael Dahdouh lost his wife, son and daughter in an Israeli air raid in the southern Gaza Strip, where Israel told Palestinians to forcibly evacuate for their safety https://t.co/kaf1moxPRa pic.twitter.com/U12h7kWoFq
— Al Jazeera English (@AJEnglish) October 25, 2023
Comments are closed.