Latest Odisha News

BREAKING NEWS

ବଞ୍ଚିଛି ଅଲ-କାଏଦା ଆତଙ୍କୀ ଚିଫ୍ ଅଲ୍ ଜଓ୍ୱାହିର ! ଭିଡିଓ ଆସିବା ପରେ ବଢ଼ିଲା ସସପେନ୍ସ

ନୂଆଦିଲ୍ଲୀ: ଅଲ-କାଏଦା ଆତଙ୍କବାଦୀ ସଂଗଠନ ମୁଖ୍ୟ ଆୟମାନ୍ ଅଲ୍ ଜଓ୍ୱାହିର ମୃତ ନା ଜୀବିତ ? ଗୋଟିଏ ଭିଡ଼ିଓ ସାମନାକୁ ଆସିବା ପରେ ଆତଙ୍କୀର ମୃତ୍ୟୁକୁ ନେଇ ପୁଣି ସସପେନ୍ସ ବଢ଼ିଛି । ଆମେରିକା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ୯/୧୧ ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ କୁଖ୍ୟାତ ଆତଙ୍କବାଦୀ ଅଲ୍ ଜଓ୍ୱାହିରର ଏକ ଭିଡିଓ ରିଲିଜ କରିଛି ଅଲ-କାଏଦା । ଏହାପରେ ସେ ସେ ବଞ୍ଚିଥିବା କୁହାଯାଉଛି ।

୬୦ ମିନିଟର ଭିଡିଓରେ ଅନେକ କଥା କହିଛି ଅଲ୍ ଜଓ୍ୱାହିର । କିନ୍ତୁ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ଉପରେ ଟିପ୍ପଣୀ ଦେଇନି । ତେବେ କାବୁଲରୁ ଆମେରିକା ସେନା ଅପସାରଣ ଉପରେ ମତ ରଖିଛି । ତେବେ ଏହି ଭିଡିଓ କେବେର ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
କିନ୍ତୁ ଆତଙ୍କୀ ସଂଗଠନର ଅନଲାଇନ୍ ଗତିବିଧି ଉପରେ ନଜର ରଖୁଥିବା ଆମେରିକାର ଗୁଇନ୍ଦା ଗ୍ରୁପ୍ SITE କହିଛି, ୯/୧୧ ଆତଙ୍କୀ ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ଅଲକାଏଦା ଏହି ଭିଡିଓ ଜାରି କରିଛି । ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ୍ ଜଓ୍ୱାହିରକୁ ଅଲ-କାଏଦା ମୁଖ୍ୟ କରାଯାଇଥିଲା ।

କିଛି ବର୍ଷ ପୂର୍ବରୁ କୁହାଯାଉଥିଲା ଅସୁସ୍ଥତା କାରଣରୁ ତାର ମୃତ୍ୟୁ ହୋଇଛି । କେହି କେହି କହୁଛନ୍ତି ସେ ବଞ୍ଚିଛି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଅଲ୍ ଜଓ୍ୱାହିର ମୁଣ୍ଡ ପାଇଁ ଆମେରିକା ୨୫ ମିଲିୟନ୍ ଡଲାର ଅର୍ଥ ପୁରସ୍କାର ଘୋଷଣା କରିଛି । ପୂର୍ବରୁ ତାର ମୃତ୍ୟୁ ଖବର ଆସିଥିବା ବେଳେ ଏବେ ଭିଡିଓ ସାରା ବିଶ୍ୱକୁ ପୁଣି ଥରେ ଆତଙ୍କୀ ଭୟ ଘାରିଛି ।

Leave A Reply

Your email address will not be published.