ନ୍ୟୁୟର୍କ: ଆମେରିକା ୨୨ ବର୍ଷ ତଳର ପ୍ରତିଶୋଧ ଶନିବାର ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଇସ୍ରାଏଲର ଗୁଇନ୍ଦା ‘ମୋସାଦ’ସହାୟତାରେ ଇରାନରେ ପଶି ଅଲକାଏଦର ଦୁଇ ନମ୍ବର କମାଣ୍ଡର ଅବୁ ମହମ୍ମଦ ଅଲ-ମଶରୀକୁ ହତ୍ୟା କରିଛି । ଇସ୍ରାଏଲ ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ସଂପୃକ୍ତ ଖବର କାଗଜ ଏହି ରିପୋର୍ଟ ପ୍ରକାଶ କରିଛି । ୧୯୯୮ରେ କେନିଆ ଏବଂ ତାନେଞ୍ଜିନିଆରେ ଥିବା ଆମେରିକା ଦୂତାବାସ ଉପରେ ଅଲ୍-କାଏଦା ବୋମା ବିସ୍ଫୋରଣ କରିଥିଲା । ଏଥିରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ । ଏହି ବୋମା ବିସ୍ଫୋରଣ ପଛର ମାଷ୍ଟରମାଇଣ୍ଡ ଅଲ୍-ମଶରୀ ଥିଲା । ଏହାପରେ ଅଲ୍ ମଶରୀ ଇରାନରେ ଲୁଚି ରହିଥିଲା ।
ତିନି ମାସ ତଳେ ଇରାନର ତେହେରାନରେ ଦୁଇ ବାଇକ ଚାଳକ ରାସ୍ତାରେ ଯାଉଥିବା ବେଳେ ଅଲ୍-ମଶରୀକୁ ହତ୍ୟା କରିଛନ୍ତି । ଅଲ୍ ମଶରୀ ସହ ତାର ଝିଅ ତଥା ମୃତ ଅଲକାଏଦା ଆତଙ୍କବାଦୀ ଲାଡେନର ବୋହୂ ମଧ୍ୟ ହତ୍ୟାର ଶିକାର ହୋଇଛି । ଲାଡେନର ପୁଅ ହାମଜା ବିନ୍ ଲାଡେନର ପୂର୍ବରୁ ମୃତ୍ୟୁ ବରଣ କରି ସାରିଛି । ଇସ୍ରାଏଲ ଗୁଇନ୍ଦା ଅଧିକାରୀ ଅଲ୍ ମଶରୀକୁ ହତ୍ୟା କରିବା ପଛରେ ଆମେରିକାର ଭୂମିକା ରହିଛି କି ନାହିଁ ସ୍ପଷ୍ଟ ହୋଇନି। ହେଲେ ଏବେ ଆମେରିକା-ଇସ୍ରାଏଲ ମଧ୍ୟରେ ସମ୍ପର୍କ ଭଲ ରହିଥିବାରୁ ଆମେରିକାର ନିର୍ଦ୍ଦେଶ କ୍ରମେ ଇସ୍ରାଏଲ ଏଭଳି କରିଥାଏ ବୋଲି ଚର୍ଚ୍ଚା ହେଉଛି ।
Comments are closed.