ନୂଆଦିଲ୍ଲୀ: ସ୍ପେନର ଷ୍ଟାର ଖେଳାଳି କାର୍ଲୋସ ଆଲକାରେଜ ୨୦୨୫ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଇଟାଲୀର ଲୋରେଞ୍ଜୋ ମୁସେଟ୍ଟି ଆଘାତ ସମସ୍ୟା ଯୋଗୁ ମ୍ୟାଚ ଅଧାରୁ ଓହରି ଯାଇଥିଲେ । ୨୨ ବର୍ଷୀୟ କାର୍ଲୋସ ଓ ମୁସେଟ୍ଟିଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୪-୬, ୭-୬, ୬-୦ ଓ ୨-୦ ସ୍ଥିତିରେ ରହିଥିଲା । ଆଲକାରେଜ ଫାଇନାଲରେ ସର୍ବିୟାର ନୋଭାକ ଜୋକୋଭିଚ ଓ ଇଟାଲୀର ଜ୍ୟାନିକ ସିନରଙ୍କ ମଧ୍ୟରେ ହେବାକୁ ଥିବା ଅନ୍ୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଲକାରେଜ ଫ୍ରେଂଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ।
ଗତ ସଂସ୍କରଣର ଫାଇନାଲରେ ସେ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ହରାଇ ଟାଇଟଲ ହାସଲ କରିଥିଲେ । ସେ ଏ ପର୍ଯ୍ୟନ୍ତ ୨ଟି ୱିମ୍ବେଲଡେନ ଏବଂ ଗୋଟିଏ ଲେଖାଏଁ ଫ୍ରେଂଚ ଓପନ, ୟୁଏସ ଓପନ ଟାଇଟଲ ହାତେଇଛନ୍ତି । ସେମିଫାଇନାଲରେ ଆଲକାରେଜ ପ୍ରଥମ ସେଟ ହାରିବା ପରେ କ୍ରମାଗତ ୨ଟି ସେଟ ଜିତି ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ । ଏହା ପରେ ମୁସେଟ୍ଟୀ ଓହରି ଯାଇଥିଲେ ।
Comments are closed.