Latest Odisha News

ୱିମ୍ବେଲଡନ ଟେନିସ: ଜୋକୋଭିଚଙ୍କୁ ହରାଇ ଟାଇଟଲ ବଜାୟ ରଖିଲେ ଆଲକାରାଜ

ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ପୁରୁଷ ସିଙ୍ଗଲ୍ସ ଟାଇଟଲ ସ୍ପେନର କାର୍ଲୋସ ଆଲକାରାଜ ବଜାୟ ରଖିଛନ୍ତି । ଟାଇଟଲ ମୁକାବିଲାରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୬-୨, ୬-୨ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଆଲକାରେଜ ଷଷ୍ଠ ଖେଳାଳି ଭାବେ ଉଭୟ ଫ୍ରେଂଚ ଓପନ ଓ ୱିମ୍ବେଲଡନ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି । ୩ଟି ଯାକ ସେଟରେ ଜୋକୋଭିଚଙ୍କୁ ସେ ମାତ ଦେଇଥିଲେ । ଏହା ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ ଟାଇଟଲ । ଅପରପକ୍ଷରେ ଜୋକୋଭିଚ ୮ମ ଥର ପାଇଁ ୱିମ୍ବେଲଡନ ଟାଇଟଲ ହାସଲ କରିବାରେ ବିଫଳ ହୋଇଛନ୍ତି ।

ପ୍ରଥମ ୨ଟି ସେଟ ସହଜରେ ଜିତିବା ପରେ ତୃତୀୟ ସେଟରେ ଜୋକୋଭିଚ କିଛିଟା ସଂଘର୍ଷ କରିଥିଲେ । ଏହି ସେଟକୁ ଟାଇବ୍ରେକରରେ ଜିତି ଆଲକାରାଜେ ଚାମ୍ପିୟନ ହୋଇଥିଲେ । ଚଳିତ ବର୍ଷ ଜୋକୋଭିଚ ଆଘାତ ସମସ୍ୟାରୁ ମୁକୁଳିବା ପରେ ଅପରେଶନ କରାଇଥିଲେ । ୱିମ୍ବେଲଡନରେ ସେ ତାଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

Comments are closed.