ବାରିପଦା: ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ । ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସ୍ବାମୀ । ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ? ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଲା ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଟଙ୍କା ପଇସା ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ର ହୋଇଥିଲା ଯେ ସ୍ଵାମୀ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣ ପାଇଁ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ । ମାତ୍ର ସ୍ତ୍ରୀ ସ୍ଵାମୀଙ୍କୁ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଦୁହେଁଙ୍କ ମଧ୍ୟରେ ଯୁକ୍ତି ତର୍କ ଏତେବାଟ ବଢିଥିଲା ଯେ, ଶେଷରେ ଉତ୍ୟକ୍ତ ହୋଇ ସ୍ୱାମୀ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲା । ଆଉ ସ୍ତ୍ରୀକୁ ହତ୍ୟା କରି ରାତି ସାରା ଶବ ପାଖରେ ବସି ରହିଥିଲା ପିଶାଚ ସ୍ଵାମୀ । ତେବେ ସକାଳୁ ସକାଳୁ ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ। ଏହାସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।