Latest Odisha News

BREAKING NEWS

ଆସୁଛି ବାତ୍ୟା ‘ଜୱାଦ’: ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର: ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ  । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୩ ଓ ୪ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ କର୍ତୁପକ୍ଷ କହିଛନ୍ତି । ବାତ୍ୟା ଜୱାଦ ୪ ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ର ମଝିରେ ଉପକୂଳ ଛୁଇଁବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବଂ ଏହାର ପ୍ରଭାବରେ ୩ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨ ତାରିଖରୁ ଅପ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା  ନଂ.୧୨୫୦୮ ଏସସିଏଲ- ଟିଭିସି, ୧୮୪୭୮ ୱାଇଏନଆରକେ – ପୁରୀ, ୧୨୮୦୨ ଏନଡିଏଲଏସ୍‌- ପୁରୀ, ୧୫୬୪୪ କେୱାଇକ୍ୟୁ – ପୁରୀ, ୨୨୯୦୯ ବିଏଲ –ପୁରୀ । ସେହିପରି ୨ ତାରିଖ ଡାଉନ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୨୫୦୯ ବିଏନସି – ଗୌହାଟି, ୨୨୬୪୧ ଟିଭିସି – ଏସଏଚଏମ୍‌, ୧୫୯୦୫ କେପ୍‌ – ଦିବ୍ରୁଗଡ, ୧୨୮୪୪ ଏଡିଆଇ – ପୁରୀ ।

୩ ତାରିଖ ଅପ ଲାଇନରେ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୮୪୧୭ ପୁରୀ – ଗୁଣପୁର, ୨୦୮୯୬ ଭୁବନେଶ୍ବର-ରାମେଶ୍ବରମ, ୧୨୭୦୩ ହାୱାଡା-ସିକନ୍ଦରବାଦ, ୧୨୨୪୫ ହାୱାଡା- ୟସୱନ୍ତପୁର, ୧୧୦୨୦ ଭୁବନେଶ୍ବର – ମୁମ୍ବାଇ, ୧୮୪୪୩ ଭୁବନେଶ୍ବର ପଲାସା, ୨୨୬୦୫ ପିଆରଆର- ଭିଏମ, ୧୭୪୭୯ ପୁରୀ – ତିରୁପତି, ୧୮୦୪୫ ହାୱାଡା – ହାଇଦ୍ରାବାଦ, ୧୨୮୪୧ ହାୱାଡା – ମାଡ୍ରାସ, ୨୨୮୧୭ ହାୱାଡା – ମହୀଶୂର, ୨୨୮୦୭ ଏସଆରସି- ମାଡ୍ରାସ, ୨୨୮୭୩ ଦିଘା – ବିଶାଖାପାଟଣା, ୧୨୮୬୩ ହାୱାଡା-ୟସୱନ୍ତପୁର

ସେହିପରି ୪ ତାରିଖ ବାତିଲ ହେବାକୁ ଥିବା ଡାଉନ ଟ୍ରେନଗୁଡ଼ିକ ହେଲା ନଂ.୧୮୪୧୮ ଗୁଣପୁର – ପୁରୀ, ୧୨୮୦୭ ବିଶାଖାପାଟଣା-ଏନଜେଡଏମ, ୧୮୫୫୧ ବିଶାଖାପାଟଣା – କେଆରଡିଏଲ, ୨୨୨୦୨ ପୁରୀ- ଏସଡିଏଏଚ, ୧୫୬୪୩ ପୁରୀ – କେୱାକ୍ୟୁ, ୧୮୧୦୬ ପୁରୀ – ରାଉରକେଲା, ୦୮୪୩୨ ପୁରୀ – କଟକ, ୧୨୮୨୨ ପୁରୀ-ହାୱାଡା, ୧୨୮୧୫ ପୁରୀ – ଏଏନଭିଟି, ୨୨୯୪୭ ପୁରୀ –ଜିଆଇଏମବି, ୧୮୪୧୭ ପୁରୀ – ଗୁଣପୁର, ୧୮୪୨୪ ଏନୱାଇଜିଟି – ଭୁବନେଶ୍ବର, ୧୨୦୭୪ ଭୁବନେଶ୍ବର- ହାୱଡା, ୧୨୮୯୩ ଭୁବନେଶ୍ବର – ବଲାଙ୍ଗୀ, ୨୦୮୧୭ ଭୁବନେଶ୍ବର – ଏନଡିଏଲଏସ।

Leave A Reply

Your email address will not be published.