Latest Odisha News

ପୂର୍ବରୁ ନାଭଲେନୀଙ୍କ ମୃତ୍ୟୁ ହୋଇ ସାରିଥିଲା !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡମିର ପୁତିନଙ୍କ ସବୁଠାରୁ ବଡ ବିରୋଧୀ ଆଲେକ୍ସି ନାଭଲେନୀଙ୍କ ରହସ୍ୟମୟ ଢ଼ଙ୍ଗରେ ଜେଲରେ ମୃତ୍ୟୁ ଘଟିଛି । ଏବେ ରୁଷ ଉପରେ କଡା ନଜର ରଖିଥିବା ୱେବସାଇଟ ନୋଭାୟା ୟୁରୋପରେ ଏକ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଫେବୃୟାରୀ ୧୬ରେ ନାଭଲେନୀଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିବା ବେଳେ ଏହା ପୂର୍ବରୁ କିନ୍ତୁ ସେ ମୃତ୍ୟୁବରଣ କରିଥିଲେ ଏଥିରେ ଉଲ୍ଲେଖ ରହିଛି । ନାଭେଲନୀଙ୍କ ରହୁଥିବା ଜେଲର ଜଣେ କୈଦୀର ବୟାନ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଛି । ସେ କହିଛନ୍ତି ସେମାନଙ୍କ ବ୍ୟାରେକରେ ଏତେଟା ଚେକିଂ ହୁଏନି ।

ନାଭଲେନୀଙ୍କ ମୃତ୍ୟୁ ପୂର୍ବ ଦିନ କୈଦୀଙ୍କ ଗଣତି କରା ନ ଯିବା ସହିତ ସମସ୍ତ ବ୍ୟାରେକ ବନ୍ଦ କରି ଦିଆ ଯାଇଥିଲା । ବାହାରର ସମସ୍ତ ଲାଇଟ ମଧ୍ୟ ବନ୍ଦ କରାଯାଇଥିଲା । ପ୍ରତ୍ୟେକ ବ୍ୟାରେକ ବାହାରେ ଗାର୍ଡ ନିଯୁକ୍ତ କରାଗଲା । ଆମେ ସବୁ କଥା ହେଉଥିଲୁ କଣ ଗୋଟେ ଘଟିବାକୁ ବୋଧହୁଏ ଯାଉଛି । ଏହା ପରେ ରାତିରେ ଅନେକ ଗାଡି ବାରମ୍ବାର ଆସିବାକୁ ଲାଗିଥିଲା । ଶେଷରେ ଆମ୍ବୁଲାନ୍ସର ଶବ୍ଦ ଶୁଭିଥିଲା । ତା ପରଦିନ ସେ ମୃତ୍ୟୁବରଣ କରିଥିବା ଆମେ ଜାଣିବାକୁ ପାଇଲୁ ।

ନାଭଲେନୀଙ୍କ ମୃତ୍ୟୁ ପୂର୍ବରୁ ହୋଇ ସାରିଥିଲା । ଶନିବାର କେବଳ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଉଥିଲା । ଜେଲର ଚିଫ ୱାର୍ଡେନ ଓ ସିକ୍ୟୁରିଟି ଅପରେଶନ ମୂଖ୍ୟଙ୍କ ମନ ଭଲ ନ ଥିଲା । ଇଚ୍ଛା ନ ଥିବା ସତ୍ୱେ ସେମାନେ ଚାପର ବଶୀଭୂତ ହୋଇ କୌଣସି ଭୁଲ କରିଥିବା ପରି ଲାଗୁଥିଲା । ନାଭଲେନୀଙ୍କ ଶବ ପ୍ରଦାନ ନ କରିବା, ଓକିଲଙ୍କୁ ଅନୁମତି ନ ଦେବା ପରି ଅନେକ ନିଷ୍ପତି ପରୋକ୍ଷରେ ପୁତିନଙ୍କୁ କାଠଗଡାକୁ ଟାଣି ନେଉଛି ।

Comments are closed.