Latest Odisha News

ପ୍ୟାରିସ ଫ୍ୟାଶନ ୱିକରେ ଡେବ୍ୟୁ କଲେ ଆଲିଆ

ନୂଆଦିଲ୍ଲୀ: ପ୍ୟାରିସ ଫ୍ୟାଶନ ୱିକରେ ଡେବ୍ୟୁ କରି ଆଲିଆ ଭଟ୍ଟ ପୁଣି ଚର୍ଚ୍ଚାରେ ରହିଛନ୍ତି। ଆଲିଆ ନିକଟରେ L’Oreal ବ୍ରାଣ୍ଡର ଏକ ଅଂଶ ପାଲଟିଛନ୍ତି। ଯାହା ପରେ ସେ ପ୍ରଥମ ଥର ପାଇଁ ଫ୍ୟାଶନ ୱିକରେ ସାମିଲ ହୋଇ ନିଜ ଜଲୱା ଦେଖାଇଛନ୍ତି। ସୋମବାର ଦିନ ଆଲିଆ ଏକ ଷ୍ଟାଇଲିସ୍ ଅନ୍ଦାଜରେ ରାମ୍ପରେ ଚାଲିଥିଲେ, ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।

ଆଲିଆ ଏକ ମେଟାଲିକ୍ କର୍ସେଟ ପିନ୍ଧି ରାମ୍ପରେ ଏଣ୍ଟ୍ରି କରିଥିଲେ। ଏହାକୁ ପିନ୍ଧି ସେ ରୂପା ପରି ଚମକିଥିଲେ। ଏହି ଫ୍ୟାଶନ ୱିକର ଫଟୋ ମଧ୍ଯ ଭାଇରାଲ ହୋଇଛି। ଫଟୋରେ ଆଲିଆ ଆଗରେ ଠିଆ ହୋଇଥିଲା ବେଳେ ବଚ୍ଚନ ପରିବାରର ବୋହୂ ଐଶ୍ବର୍ଯ୍ୟା ହାତରେ ଗୋଲାପ ଫୁଲ ଧରି ପଛରେ ଠିଆ ହୋଇଥିବା ଦେଖାଯାଇଥିଲା।

L’Oréal Paris ‘Le Defilé ଶୋ’ରେ ରନୱେ ଡେବ୍ୟୁ ପାଇଁ ଆଲିଆ ଫେମସ୍ ଡିଜାଇନର୍ ଗୌରବ ଗୁପ୍ତାଙ୍କ ଡ୍ରେସ୍ ପିନ୍ଧିଥିଲେ। ଯାହା ସେ ଇଣ୍ଡିଆ କାଉଚର୍ ୱିକ୍ ୨୦୨୪ରେ ପ୍ରଦର୍ଶନ କରିଥିଲେ।

 

Leave A Reply

Your email address will not be published.