ଲକ୍ଷ୍ନୌ: ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟକୁ ନେଇ ମୁସଲମାନଙ୍କ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ତର ପ୍ରଦେଶରେ ରାଜନୀତି ଜୋର ଧରିଛି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ର ଖେର ଆସନରେ ନିର୍ବାଚନ ପ୍ରଚାର ସମୟରେ ଅଲିଗଡ଼ ମୁସିଲମ୍ ବିଶ୍ୱବିଦ୍ୟାଳକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି, ଭାରତର ସମ୍ପତ୍ତି ତଥା ଜନତାଙ୍କ ଟ୍ୟାକ୍ସରେ ଚାଲୁଥିବା ଏପରି ଏକ ସଂସ୍ଥା ଯିଏ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଲୋକଙ୍କୁ ସଂରକ୍ଷଣ ଦେଉ ନାହିଁ। କିନ୍ତୁ ଏହି ସଂସ୍ଥାରେ ମୁସଲମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।
कांग्रेस, समाजवादी पार्टी और बहुजन समाज पार्टी…
आपकी भावना के साथ-साथ राष्ट्रीय एकता और अखंडता के साथ भी खिलवाड़ कर रहे हैं… pic.twitter.com/FVMt5qRIVt
— Yogi Adityanath (@myogiadityanath) November 9, 2024
ସିଏମ୍ ଯୋଗୀ ଆହୁରି କହିଛନ୍ତି, ଭାରତର ସମ୍ୱିଧାନ ଅନୁସୂଚିତ ଜାତି-ଜନଜାତି ଏବଂ ପଛୁଆ ଜାତିର ଲୋକଙ୍କୁ ସଂରକ୍ଷଣ ସୁବିଧା ଦେଉଥିବା ବେଳେ ଏହି ବିଶ୍ୱବିଦ୍ୟାଳୟ ଏମାନଙ୍କୁ ସଂରକ୍ଷଣ ଦେଉନାହିଁ । ମଣ୍ଡଳ କମିଶନ ରିପୋର୍ଟ ଅନୁଯାୟୀ ଏସଟି-ଏସଟିଙ୍କୁ ସଂରକ୍ଷଣ ସୁବିଧା ମିଳୁଥିଲେ ମଧ୍ୟ ଏଏମୟୁରେ ଏପର୍ଯ୍ୟନ୍ତ ଏହା ହୋଇନାହିଁ । ଭାରତ ସରକାରଙ୍କ ଟଙ୍କା ବିଶ୍ୱବିଦ୍ୟାଳୟରେ ଖର୍ଚ୍ଚ ହେଉଛି, ତେଣୁ ଏହି ବିଶ୍ବବିଦ୍ୟାଳୟରେ ଚାକିରିରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ବି ଏସସି-ଏସଟିଙ୍କୁ ସଂରକ୍ଷଣର ମିଳିବାର ଆବଶ୍ୟକତା ରହିଛି। କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବିଏସପି ନିଜ ଭୋଟ୍ ବ୍ୟାଙ୍କ ପାଇଁ ଲୋକଙ୍କ ଭାବନା, ରାଷ୍ଟ୍ରୀୟ ଏକତା ଏବଂ ସାର୍ବଭୌମତ୍ୱ ସହ ସାଲିସ୍ କରୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ୭ ଜଜ୍ଙ୍କ ସାମ୍ୱିଧାନିକ ବେଞ୍ଚ ଶୁକ୍ରବାର ଏଏମୟୁ ସହ ଜଡ଼ିତ ୫୭ ବର୍ଷ ପୁରୁଣା ରାୟକୁ ରଦ୍ଦ କରିଥିଲେ।
Comments are closed.