Latest Odisha News

BREAKING NEWS

ଆଜି ଚିହ୍ନଟ ସମସ୍ତ ୨୬ ପଜିଟିଭ ସୁରତ ଫେରନ୍ତା: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬ ଜଣ କରୋନା ପଜିଟିଭ । ଆଜି ପଜିତିଭ ଚିହ୍ନଟ ସମସ୍ତ ବ୍ୟକ୍ତି ସୁରତ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗଞ୍ଜାମରୁ ଆକ୍ରାନ୍ତ ସମସ୍ତ ୧୯ ପଜିଟିଭ ପୁରୁଷ ହୋଇଥିବା ଜଣାପଡିଛି । ଏମାନଙ୍କ ବୟସ ୨୬ ରୁ ୫୮ ବର୍ଷ ବୟସ ମଧ୍ୟରେ ରହିଛି ।

ସେହିପରି କେନ୍ଦ୍ରାପଡାରୁ ଚିହ୍ନଟ ସମସ୍ତ ୫ ବ୍ୟକ୍ତି ମଧ୍ୟ ପୁରୁଷ ଅଟନ୍ତି । ଏମାନଙ୍କ ବୟସ ୨୭ ରୁ ୩୫ ବର୍ଷ ମଧ୍ୟରେ ରହିଛି ।

ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୨ ଜଣ ପଜିଟିଭ ପୁରୁଷ ହୋଇଥିବା ବେଳେ ଏମାନଙ୍କ ବୟସ ୨୧ ଓ୪୧ ହୋଇଥିବା ଜଣାପଡିଛି ।

ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ ପହଞ୍ଚିଛି ।

Comments are closed.