Latest Odisha News

BREAKING NEWS

ବିଧାନସଭା ଶୀତ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ସକାଳ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କୋଭିଡ୍ କଟକଣା ଭିତରେ କିଭଳି ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ସହଯୋଗ ଲୋଡ଼ିବେ ବାଚସ୍ପତି ।

ସେହିପରି ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇପାରେ । ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା । ସେହିପରି ଆଜି ତିର୍ତ୍ତୋଲ ଓ ବାଲେଶ୍ୱରର ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ବାଚସ୍ପତି ।

୨୦ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଏହି ୪୦ ଦିନ ଯାଏ ଚାଲିବ ଅଧିବେଶନ । ପ୍ରଥମ ଗିନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ ହେବ । ଶନିବାର ଓ ରବିବାର ମଧ୍ୟ ଚାଲିବ ଗୃହ କାର୍ୟ୍ୟ । ଏସବୁକୁ ଦୃଷ୍ଟିରେ ରଖି ସର୍ବଦଳୀୟ ଡାକିଛନ୍ତି ବାଚସ୍ପତି ।

Leave A Reply

Your email address will not be published.