Latest Odisha News

ସର୍ବଭାରତୀୟ ପୋଲିସ ହକି: ପଞ୍ଜାବ, ବିଏସଏଫ, ସିଆରପିଏଫ, ଆଇଟିବିପି ସେମିରେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପର ସେମିଫାଇନାଲରେ ପଞ୍ଜାବ, ବିଏସଏଫ, ସିଆରପିଏଫ ଓ ଆଇଟିବିପି ପ୍ରବେଶ କରିଛନ୍ତି । ପ୍ରଥମ କ୍ୱାର୍ଟର ଫାଇନାଲରେ ପଞ୍ଜାବ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ କର୍ଣ୍ଣାଟକକୁ ୬-୦ରେ ପରାସ୍ତ କରିଛି । ବିଏସଏଫ ଓ ଉତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ବେଶ ରୋମାଂଚକପୂର୍ଣ୍ଣ ହୋଇଥିଲା । ବିଏସଏଫ ୪-୩ରେ ବିଜୟୀ ହୋଇଥିଲା ।

ତୃତୀୟ ମୁକାବିଲାରେ ସିଆରପିଏଫ ୫-୧ ଗୋଲରେ ମଣିପୁରକୁ ହରାଇଥିଲା । ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆଇଟିବିପି ୩-୨ ଗୋଲରେ ସିଆଇଏସଏଫକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ୟତୀନ୍ଦ୍ର କୋୟଲ, ଆଇଜି ଜୟନାରାୟଣ ପଙ୍କଜ, ସାର୍ଥକ ଷଡଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Comments are closed.