Latest Odisha News

ଭାରତୀୟ ଲୁଣ ଓ ଚିନିରେ ରହିଛି ମାଇକ୍ରୋପ୍ଲାଷ୍ଟିକ୍, ଯାହା କ୍ୟାନ୍ସରର ଏକ ପ୍ରମୁଖ କାରଣ 

ନୂଆଦିଲ୍ଲୀ: ଲୁଣ ଏବଂ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ କ୍ଷତିକାରକ ବୋଲି ବିବେଚନା କରାଯାଏ। ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ମଧୁମେହ, ଶରୀରରେ ଇମଫ୍ଲାମେସନ, ରକ୍ତଚାପ ଏବଂ ହୃଦରୋଗ ହେବାର ଆଶଙ୍କା ହୋଇଥାଏ।

ଭାରତୀୟ କମ୍ପାନୀର ଲୁଣ ଏବଂ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍ ରହୁଛି | ମାଇକ୍ରୋପ୍ଲାଷ୍ଟିକ୍ ପ୍ରାୟ ସମସ୍ତ ଲୁଣ ଏବଂ ଚିନିରେ ମିଳିଥାଏ, ପ୍ୟାକ୍ ହେଉ କିମ୍ବା ପ୍ୟାକ୍ ହୋଇନଥାଉ। ସୂଚନାଯୋଗ୍ୟ ଯେ ମାଇକ୍ରୋପ୍ଲାଷ୍ଟିକକୁ କ୍ୟାନସରର ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଏ।

ପରିବେଶ ଅନୁସନ୍ଧାନ ସଂଗଠନ ଟକ୍ସିକ୍ସ ଲିଙ୍କ୍ ମଙ୍ଗଳବାର ‘ଲୁଣ ଏବଂ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍’ ଶୀର୍ଷକ ଏକ ଅଧ୍ୟୟନ ପ୍ରକାଶ କରିଛି। ଗବେଷକମାନେ ଭାରତରେ ବିକ୍ରି ହେଉଥିବା ଟେବଲ୍ ଲୁଣ, ପଥର ଲୁଣ, ସମୁଦ୍ର ଲୁଣ ଏବଂ ସ୍ଥାନୀୟ କଞ୍ଚା ଲୁଣ ଭଳି ୧୦ ପ୍ରକାରର ଲୁଣ ଉପରେ ଏହି ଅଧ୍ୟୟନ କରାଯାଇଥିଲା।

ତେବେ ସମସ୍ତ ଲୋକେ ଏହିପରି ଜିନିଷ ପ୍ରତି ବିଶେଷ ଯତ୍ନ ଏବଂ ସଜାଗ ରହିବା ଆବଶ୍ୟକ।

ଏହା ସହିତ ଅନଲାଇନରେ ଏବଂ ସ୍ଥାନୀୟ ବଜାରରେ ବିକ୍ରୀ ହେଉଥିବା ପାଞ୍ଚ ପ୍ରକାରର ଚିନିକୁ ନେଇ ମଧ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତ ଲୁଣ ଏବଂ ଚିନି ନମୁନାରେ ଫାଇବର ଏବଂ ଛୋଟ ଖଣ୍ଡ ସମେତ ବିଭିନ୍ନ ରୂପରେ ମାଇକ୍ରୋପ୍ଲାଷ୍ଟିକ୍ସର ତତ୍ତ୍ବ ମିଳିଛି। ଏହି ମାଇକ୍ରୋପ୍ଲାଷ୍ଟିକ୍ସର ଆକାର ୦.୧ ମିମିରୁ ୫ ମିମି ପର୍ଯ୍ୟନ୍ତ ରହିଥିଲା। ଖାସକଥା ହେଉଛି ଆୟୋଡିନ ଯୁକ୍ତ ଲୁଣରେ ସର୍ବାଧିକ ପରିମାଣର ମାଇକ୍ରୋପ୍ଲାଷ୍ଟିକର ତତ୍ତ୍ବ ମିଳିଥିଲା।

Comments are closed.