Latest Odisha News

BREAKING NEWS

କିଭ୍ ଛାଡିଲେ ସବୁ ଭାରତୀୟ: ସେମାନଙ୍କୁ ଆଣିବା ପାଇଁ ୩ ଦିନରେ ଯିବ ୨୬ ବିମାନ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ରାଜଧାନୀ କିଭରେ ଆଉ କେହି ଭାରତୀୟ ନାହାନ୍ତି । ସମସ୍ତ ଭାରତୀୟ କିଭ୍ ଛାଡ଼ିଛନ୍ତି । ସୁରକ୍ଷିତ ଭାବରେ ସମସ୍ତେ ସେଠାରୁ ବାହାରି ଆସିଛନ୍ତି । ଏହାପରେ ସେଠାରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଛି । ଦୂତାବାସ ଅଧିକାରୀ ୟୁକ୍ରେନର ପଶ୍ଚିମ ଅଞ୍ଚଳକୁ ଚାଲି ଆସିଛନ୍ତି । ଏହି ସୂଚନା ଦେଇଛନ୍ତି ବୈଦେଶିକ ବିଭାଗ ସଚିବ ହର୍ଷ ବର୍ଦ୍ଧନ ।

ତୁରନ୍ତ କିଭ୍ ଛାଡ଼ିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଖାରକିଭ୍ ଓ କିଭରେ ଥିବା ଭାରତୀୟଙ୍କୁ ୟୁକ୍ରେନର ପଶ୍ଚିମ ସୀମାକୁ ଆସିବାକୁ କୁହାଯାଇଥିଲା । ଏହାପରେ ସମସ୍ତ ଭାରତୀୟ ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଚାଲି ଆସିଥିଲେ । ୟୁକ୍ରେନ୍ ସୀମା ଅତିକ୍ରମ କରି ସମସ୍ତେ ପୋଲାଣ୍ଡ ଓ ରୋମାନିଆରେ ଆଶ୍ରୟ ନେଇଛନ୍ତି ।

ପୋଲାଣ୍ଡ ଓ ରୋମାନିଆ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଇ ଦେଶରେ ଭାରତୀୟଙ୍କ ଆଶ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି । ତିନି ଦିନରେ ୨୬ଟି ବିମାନ ଭାରତୀୟଙ୍କୁ ଆଣିବା ପାଇଁ ପୋଲାଣ୍ଡ ଓ ରୋମାନିଆ ଯିବ । ଏଥିପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ବାୟୁସେନାର ଉ-୧୭ ଏୟାରକ୍ରାଫ୍ଟ ବି ରୋମାନିଆ ଅଭିମୁଖେ ଯାଇଛି ।

Comments are closed.