Latest Odisha News

BREAKING NEWS

ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଚକାଚକ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥ ଚକାଚକ ହେବ। ବର୍ଷ ଶେଷ ସୁଦ୍ଧା ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସମସ୍ତ ଜାତୀୟ ରାଜପଥକୁ ଗର୍ତ୍ତମୁକ୍ତ କରିବା ପାଇଁ 2023 ଡିସେମ୍ବର ଯାଏଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଗଡ଼କରୀଙ୍କ କହିବାନୁସାରେ, ଗର୍ତ୍ତ ମୁକ୍ତ ଜାତୀୟ ରାଜପଥ ପାଇଁ ଏକ ନୀତି ପ୍ରସ୍ତୁତ କରାଯାଉଛି ଏବଂ ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ଯୁବ ଇଞ୍ଜିନିୟରଙ୍କୁ ସାମିଲ କରାଯିବ। ଗଡକରୀ କହିଛନ୍ତି ଯେ, ବର୍ଷା ଯୋଗୁଁ ରାଜପଥରେ ଗର୍ତ୍ତ ସୃଷ୍ଟି ହୋଇଥାଇପାରେ ଏବଂ ନୂଆ ନୀତିରେ ଏହାର ମୁକାବିଲା କରାଯିବ।

ଗଡକରୀ କହିଛନ୍ତି ଯେ ଜାତୀୟ ରାଜପଥରେ ଜଳ ନିଷ୍କାସନ ସମସ୍ୟା ଉପରେ ଅଭିଯୋଗ ଆସିଛି ଏବଂ ଏହାର ସମାଧାନ ପାଇଁ ଏକ ନୂତନ ନୀତି ପ୍ରସ୍ତୁତ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାସ୍ତା ନିର୍ମାଣରେ ପୌରାଞ୍ଚଳର ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ଆଉ ଏକ ନୀତି ଉପରେ କାର୍ଯ୍ୟ କରାଯାଉଛି।

Comments are closed.