Latest Odisha News

BREAKING NEWS

ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ

କଟକ : ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧାର୍ମିକ ଅନୁଷ୍ଠାନ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ତେବେ ମନ୍ଦିରରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି ।

ଗତ ୨୪ ଘଣ୍ଟାରେ କଟକରୁ ୧୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ସିଏମସି ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଥିଲା ବିଏମସି ।

Leave A Reply

Your email address will not be published.