Latest Odisha News

BREAKING NEWS

ପିପିଲି ପାଇଁ ସବୁ ‘ଫୁ’

ଆଗକୁ ପିପିଲି ନିର୍ବାଚନ । ଆଉ ଏପଟେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକାୟା ବିସ୍ତାର କରିବାକୁ ଲାଗିଲାଣି. ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନଗୁଡିକରୁ କରୋନାରେ କବଳିତ ଲୋକଙ୍କ ସଂଖ୍ୟା ବଢ଼ିଲାଣି । ପୁଣି ଥରେ ନିଦ ହଜେଇବାକୁ ସଜବାଜ ହେଇ କରୋନା ଭୁତାଣୁ ଆସିଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏପଟେ ପୁଣି ପିପିଲି ନିର୍ବାଚନ ପାଇଁ ଶହ ଶହ ସଂଖ୍ୟାରେ ଲୋକ ଗଦା ହେଉଛନ୍ତି ସବୁ ଦଳର ସଭାରେ ।

ଠିକ ଏଇ ମାସ ଏକ ତାରିଖରେ ଆଜିର ଦିନରେ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୩୯୪ ଥିଲା ବେଳେ କରୋନା କବଳରେ ଠିକ ଆଜିର ଦିନରେ ୮୭୯ ଛୁଇଁଛି । ତା ହେଲେ କେତେ ଚିନ୍ତାଜନକ ଏଇ ତଥ୍ୟ ଆମ ରାଜ୍ୟ ପାଇଁ । ଏପଟେ ହୁ ହୁ ହେଇ କରୋନା ବଢୁଥିବା ବେଳେ ସେପଟେ ନିର୍ବାଚନର ସଭା ଆଉ ଲୋକ ଗହଳି ମଧ୍ୟ ହୁ ହୁ ହେଇ ବଢ଼ିବାରେ ଲାଗିଛି । ମନରେ ପ୍ରଶ୍ନ ଉଠେ ନିର୍ବାଚନ ସଭାଗୁଡିକୁ ସବୁଦଳର ବନ୍ଦ କରି କେବଳ ପାର୍ଥୀମାନେ ନିଜର କିଛି ସମର୍ଥକ ଆଉ ନେତାଙ୍କୁ ଧରି ଘର ଘର ପ୍ରଚାର କରିବା କଣ ସମ୍ଭବ ନୁହେଁ ?

ଆମେ ଗଲା ବର୍ଷ କେତେ ଯେ ଅସୁବିଧାର ସମ୍ମୁଖୀନ ହେଇଛେ ଏଇ ଭୁତାଣୁ ପାଇଁ ତାହା ଏଵେ ବି ମନେ ପଡ଼ିଲେ ଲୋମଟାଙ୍କୁରୀ ଉଠେ। କିନ୍ତୁ କିଛିକ୍ଷଣର ଆନନ୍ଦ ପାଇଁ ଆମେ କୋଉଭଳି ଭାବରେ ଯେ ଏଇ ବିପଦକୁ ଡ଼ାକୁଛେ ତାର ଜ୍ୱଳନ୍ତ ଉଦାହରଣ ହେଲା ପିପିଲି ଉପନିର୍ବାଚନ ।
ଏହି ନିର୍ବାଚନରେ ପ୍ରାର୍ଥୀମାନେ ଉତ୍ସକ୍ଷହିତ ହେବା ସ୍ୱାଭାବିକ କିନ୍ତୁ ଦେଖିବେ ପ୍ରଚାରରରେ ଥିବା ଅନ୍ୟମାନେ ମଧ୍ୟ କୋଉଭଳି ଭାବରେ କରୋନାର କଟକଣାକୁ ଗୋଇଠା ମାରୁଛନ୍ତି । ଶହ ଶହ ଲୋକମାନେ ତିନୋଟି ଦଳର ପ୍ରଚାରରେ ଏତେ ମସଗୁଲ ଯେ ସେମାନଙ୍କୁ ଆଉ ଜୀବନହାନି କଥା ଜଣାପଡୁନିକି ଗଲା ବର୍ଷ କରୋନା କେତେ ଯେ ମୁଣ୍ଡ ନେଇଥିଲା ତାର ହିସାବ ମନେ ରହୁନି ଆଉ ଲଜ୍ୟା ଲାଗିବା କଥା ସରକାରଙ୍କ ନିୟମକୁ ଖୋଲାଖୋଲି ଭାବରେ ସରକାରୀ ଦଳର ଲୋକମାନେ ମଧ୍ୟ କେମିତି ଦଳିଚକଟି ଦେଉଛନ୍ତି ।

ଆଉ ଯଦି ବିରୋଧି ଦଳ କଥା କହିବା ତା ନକହିଲେ ଭଲ । ସୋସିଆଲ ମିଡ଼ିଆରେ ଲାଇଭ କରିବାକୁ ଯେ କି ପ୍ରକାର ନିଜନିଜ ଭିତରେ ପ୍ରତିଯୋଗିତା ଗୋଟିଏ ଗାଡ଼ିରେ ଠେଲାପେଲା ହେବା ତାହା ଅତ୍ୟନ୍ତ ଲଜ୍ୟାଜନକ । ଆମେ ସମସ୍ତେ ସଚେତନ ଟୀକାକରଣ ପାଇଁ ବି ସମସ୍ତେ ସଜାଗ ଅଛନ୍ତି ।  କିନ୍ତୁ ଏଇ ଭଳି ଭୁଲ ପାଇଁ ଆମେ କେତେ ଯେ ଆଗକୁ ଭୋଗିବା ତାହା ଜଳଜଳ ହେଇ ଦେଖାଗଲାଣି । ଯେତେବେଳେ ଆମେ ବାହାଘର ଆଉ ସୁଧକ୍ରିୟାରେ ଲୋକଙ୍କ ସମାଗମକୁ କଟକଣା କରି ସାରିଲେଣି ତାହେଲେ ଏଇ ଉପନିର୍ବାଚନରେ କଟକଣା କାହିଁ ଲଗେଇ ପାରିବାନାହିଁ । ତିନି ଗୋଟି ଦଳର ତିନି ପ୍ରାର୍ଥି ଆଉ ଅଳ୍ପ କିଛି ନେତା ଆଉ ସମର୍ଥକ ତିନୋଟି ଦଳର ଯଦି ଚିନ୍ତା କରାଯାଏ ବା ଵିଚାରବିମର୍ଶ କରାଯାଏ ତା ହେଲେ ନିଶ୍ଚୟ ସମ୍ଭବ ହେବ ଏଇ ଭୁତାଣୁକୁ କିଛିମାତ୍ରାରେ ରୋକିବାରେ । ନହେଲେ ଏଇ ପିପିଲି ଉପନିର୍ବାଚନ ହିଁ କରୋନାକୁ ବ୍ୟାପିବାରେ ମୁଖ୍ୟ ମାଧ୍ୟମ ହେବ କହିଲେ ଅତ୍ୟୁକ୍ତି ହେବନାହିଁ ।

କୋଲକାତା ନିର୍ବାଚନ ହେଉ କି ପିପିଲି ଉପନିର୍ବାଚନ ଯଦି ନେତାମାନେ ଉଭୟ ଶାସକ ଆଉ ବିରୋଧୀ ଦଳର ନିୟମ ଅନୁଯାୟୀ କରୋନା କଟକଣାକୁ ପାଳନ କରିଥାନ୍ତେ ତାହେଲେ କଥା ଏତେ ବାଟ ମାଡ଼ିଯାଇନଥାନ୍ତା । ନେତା ପିନ୍ଧିବେନି ମାସ୍କ ନେତା ମାନିବେନି ସାମାଜିକ ଦୂରତା କିନ୍ତୁ ସାଧାରଣ ଲୋକ ମାନିବାକୁ ବାଧ୍ୟ ହେଉଛନ୍ତି । କଟକଣା ମାନିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ ତାହେଲେ ସମସ୍ତଙ୍କ ପାଇଁ ତାହା ବାଧ୍ୟତାମୂଳକ ହେବା ଦରକାର । ନ ହେଲେ ନେଡ଼ିଗୁଡ଼ କହୁଣିକି ବୋହିଗଲେ ଆଉ କେହି କାହାକୁ ଦୋଷ ଦେବାକୁ ବି ସମୟ ନ ଥିବ ।

Leave A Reply

Your email address will not be published.