Latest Odisha News

BREAKING NEWS

ବିଚ୍ ବଜାରରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା, ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ଯୁବକ

ସଇଁନ୍ତଳା : ଦିବାଆଲୋକରେ ବିଚ୍ ବଜାରରେ ଦେଢ ଲକ୍ଷ ଟଙ୍କା ଲୁଟ । ଟିଟିଲାଗଡ଼ ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୁତ୍ତ ଟଙ୍କା ଲୁଟ କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଲୁଟ ହୋଇଛି । ଏନେଇ ଟିଟିଲାଗଡ ଥାନାରେ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି ।

ସୂଚନାଅନୁସାରେ, ଆଜି ପୂର୍ବାହ୍ନ ୧୧ଟା ସମୟରେ ହାଟପଦା ପଡ଼ାର ପ୍ରଦୀପ୍ତ କୁମାର ଜେନା ବଜାର ଶାଖାକୁ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିଲେ । ବ୍ୟାଙ୍କ ସମ୍ମୁଖରେ ବାଇକକୁ ଷ୍ଟାଣ୍ଡ ମାରୁଥିବା ସମୟରେ ସେଠାରେ ରହିଥିବା ଦୁଇ ଜଣ ଲୁଟେରା ପ୍ରଦୀପ୍ତ ହାତରେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେଇଥିଲେ ।

ସେହି ସମୟରେ ପ୍ରଦୀପ୍ତ ଲୁଟେରାଙ୍କୁ ଧରିବାକୁ ଯାଇ ବାଇକ୍ ପଛେ ବସିଥିବା ଲୁଟେରାଙ୍କୁ ଧରିବା ବେଳେ ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍କୁ ଧରି ଏକ ବାଇକରେ ଚମ୍ପଟ ମାରିଥିଲେ । ଲୁଟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.