Latest Odisha News

BREAKING NEWS

ଆଜି ଖୋଲିଲା ପୁଣି ବନ୍ଦ ହେଲା, ୨୦ ଯାଏଁ ଝାରସୁଗୁଡାର ସମସ୍ତ ସ୍କୁଲ ବନ୍ଦ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ୧୯ ଓ ୨୦ ତାରିଖରେ ବନ୍ଦ ରହିବ ସମସ୍ତ ସ୍କୁଲ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସୂଚନା ଅନୁସାରେ, ଦୀର୍ଘ ଦିନର ଖରାଛୁଟି ପରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ସ୍କୁଲ ଖୋଲିଛି । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବ କି ନାହିଁ ସେନେଇ ଗତକାଲି ବୈଠକ ବସିଥିଲା । ବୈଠକ ପରେ ଜିଲ୍ଲାର ସ୍ଥିତି ନେଇ ସ୍କୁଲ ଖୋଲିବ କି ନାହିଁ ସେନେଇ ସମସ୍ତ ନିଷ୍ପତି ଜିଲ୍ଲାପାଳଙ୍କୁ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାପରେ ଅନୁକୂଳ ପାଗ ଥିବା ଜିଲ୍ଲା ଗୁଡ଼ିକରେ ଆଜି ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଥିଲା ।

ସେପଟେ ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି କରିବାକୁ ନିଷ୍ପତି ନେଇଥିଲେ ଜିଲ୍ଲାପାଳ । ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତିରେ ଛୁଟି ରହିଥିଲା । ସେହିପରି ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, କୋରାପୁଟ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଆଜି ଖୋଲିଥିଲା । କିନ୍ତୁ ପରିସ୍ଥିତି ଦେଖି ଆଜି ପୁଣିଥରେ ଝାରସୁଗୁଡାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.