ଭୁବନେଶ୍ୱର: କରୋନା ଭାଇରସ ଭୟରେ ବନ୍ଦ ହେଲା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଏଥିସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କେବଳ ସେତିକି ନୁହେଁ ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଶିକ୍ଷକମାନେ ମଧ୍ୟ ସ୍କୁଲ୍ ଯିବେ ନାହିଁ। ତେବେ ସ୍କୁଲ୍ ନ ଗଲେ ବି ଶିକ୍ଷକମାନେ ସର୍ବଦା ଫୋନ୍ରେ ଆଲର୍ଟ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ପରି ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ସହିତ ଟ୍ୟୁସନ୍କୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି କେହି ଏହି ନିମୟ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶ ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ସେହିପରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାଦେଖା ଜାରି ରହିବ ନେଇ ପରାମର୍ଶ ଦିଆଯାଇଛି ।
BREAKING NEWS
- ଆଜିଠାରୁ ଡିଜିପି-ଆଇଜି ସମ୍ମିଳନୀ: ଜାଣନ୍ତୁ କେଉଁ ବାଟ ଦେଇ ଯିବା ମନା
- ମୈଦାନକୁ ଫେରିବେ କି ଭି.କେ ପାଣ୍ଡିଆନ୍? ହଠାତ ଜନସମାଗମରେ ଆବିର୍ଭାବ ବଢ଼ାଇଲା ଚର୍ଚ୍ଚା
- ପୁଷ୍ପା-୨ର ପ୍ରଭାବ! ଘୁଞ୍ଚିଲା ‘ଛାବା’ର ରିଲିଜ ତାରିଖ
- ଭାରତୀୟ ରେଳ ପକ୍ଷରୁ ଆରମ୍ଭ ହେଲା ‘ସଂରକ୍ଷା’ ମୋବାଇଲ୍ ଆପ୍
- ହିଣ୍ଡାଲକୋ ଇଷ୍ଟ୍ରିଜ ପକ୍ଷରୁ ହୀରାକୁଦରେ ଡିଜିଟାଲ କ୍ଲାସ୍ରୁମ ‘ଅନଭିଶା’ ଶୁଭାରମ୍ଭ
- ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲକୁ ସ୍ୱୀକାର କରିବନି ପିସିବି, ଆଇସିସିକୁ ଲେଖିଲା ପତ୍ର
- ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନେଇ କ୍ଷୋଭ ପ୍ରକାଶ କଲେ ଶେଖ ହସିନା
- ଆଡିଲେଡରେ ରିଚାର୍ଡ୍ସ, ଲାରାଙ୍କ ରେକର୍ଡ ଭାଙ୍ଗିବେ କୋହଲି
- କନ୍ଧମାଳ ପୋଲିସ ଆଗରେ କ୍ୟାଡର ମାଓବାଦୀର ଆତ୍ମସମର୍ପଣ
- ପୁଣି ରାଜ୍ୟରେ ଦେଖାଦେଇପାରେ ଆଳୁ ସଙ୍କଟ!
Comments are closed.