Latest Odisha News

BREAKING NEWS

ଖରା ପାଇଁ ୨୭ରୁ ମେ ୨ ପର୍ଯ୍ଯନ୍ତ ସମସ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ

ଭୁବନେଶ୍ୱର: ରାଜ୍ଯରେ ପ୍ରଚଣ୍ଡ ଖରା ପାଇଁ ବୁଧବାର ଏପ୍ରିଲ ୨୭ରୁ ମେ ୨ ଯାଏଁ ସମସ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ ରହିବ। ରାଜ୍ଯ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ୟୁଜି-ପିଜି ଶିକ୍ଷାନୁଷ୍ଠାନକୁ ଏହି ନିର୍ଦ୍ଦେଶନାମା ଜାରି କରିଛି।

ଏହି ପର୍ଯ୍ୟାୟ ଭିତରେ କ୍ଲାସ୍ ରୁମ୍ ଶିକ୍ଷାଦାନ ବନ୍ଦ ରଖିବା ପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି। କ୍ଲାସ୍ ରୁମ୍ ପାଠପଢା ବ୍ଯତୀତ ଅନ୍ଯ ସମସ୍ତ କାର୍ଯ୍ଯ ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପରୀକ୍ଷା, ମୂଲ୍ଯାୟନ, ପ୍ରଶାସନିକ କାର୍ଯ୍ୟ, ଗବେଷଣା ଆଦି କାମ ଚାଲୁ ରଖିବାକୁ କୁହାଯାଇଛି। ଏହି ଛୁଟି ଭିତରେ କ୍ଲାସ୍ ରୁମ୍ ପଢା ବ୍ୟତୀତ ଅନ୍ୟ ସମସ୍ତ କାମ ଚାଲୁ ରହିବ। ଟିଚିଂ ଏବଂ ନନ୍ ଟିଚିଂ ଷ୍ଟାଫ୍ ସମସ୍ତେ ଅଫିସ୍ ଆସିବେ।

ପୂର୍ବରୁ ରାଜ୍ଯ ସରକାର ମଙ୍ଗଳବାର ଠାରୁ ମେ ୧ ପର୍ଯ୍ଯନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ିକୁ ବନ୍ଦ କରଛନ୍ତି। ପ୍ରବଳ ଖରା ପାଇଁ ଏହି ଛୁଟି ଦିଆଯାଇଛି। ତା ଆଗରୁ ଏ ବର୍ଷ ରାଜ୍ୟ ସରକାର ଖରା ଦିନିଆ ଛୁଟି କୁ ହ୍ରାସ କରିଛନ୍ତି। ଚଳିତ ବର୍ଷ ଜୁନ୍ ୧ରୁ ଜୁନ୍ ୧୬ ପର୍ଯ୍ଯନ୍ତ ଖରା ଛୁଟି ଘୋଷଣା କରିଛନ୍ତି। କୋଭିଡ ପାଇଁ ପାଠପଢା ବାଧାପ୍ରାପ୍ତ ହୋଇଥିବାରୁ ଛୁଟି ହ୍ରାସ ଘୋଷଣା କରିଥିଲେ।

ସୋମବାର ରାଜ୍ୟର ୨୭ଟି ପ୍ରମୁଖ ସ୍ଥାନ ଗୁଡିକରେ ୪୦ଂ ଉପରେ ତାପମାତ୍ରା ରହିଥିଲା। ରାଜ୍ଯ ସରକାର ଏହାକୁ ଲକ୍ଷ୍ୟ କରି ଅସ୍ଥାୟୀ ଛୁଟି ଘୋଷଣା କରିଛନ୍ତି।

Comments are closed.