Latest Odisha News

BREAKING NEWS

ଏହି ରାଜ୍ୟରେ ବାତିଲ ହେଲା ସମସ୍ତ ଟିକାକରଣ କେନ୍ଦ୍ର

କୋଲକାତା: ବେସରକାରୀ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ସମସ୍ତ କରୋନା ଟିକାକରଣ କେନ୍ଦ୍ରଗୁଡିକୁ ବାତିଲ୍‌ କରାଯାଇଛି। ନକଲି ଟିକାକରଣ ସ୍କାମ୍‌ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଅନେକ ଲୋକ ଏହି ସ୍କାମ୍‌ର ଶୀକାର ହୋଇଥିଲେ। ଟିଏମ୍‌ସି ସାଂସଦ ମଧ୍ୟ ଏହି ଠକାମିର ଶୀକାର ହୋଇ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଥିଲା।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଉଚ୍ଚ ସ୍ତରୀୟ ବୈଠକ କରିବ ଏବଂ ପରେ ଟିକାକରଣ ଶିବିର ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିବ।

କୋଲକାତା ପୋଲିସ ଶୁକ୍ରବାର ଦିନ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରି ସହରରେ ଚାଲିଥିବା ନକଲି ଟିକାକରଣ ଅଭିଯାନକୁ ଯାଞ୍ଚ କରାଯାଇଥିଲା।

Leave A Reply

Your email address will not be published.