Latest Odisha News

BREAKING NEWS

ପୁରୁଷଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ମହିଳା ବାଇକର

ଅହମ୍ମଦାବାଦ: ଆଜିର ଯୁଗରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହେଁ । ଗାଡି ଚଲାରେ ମହିଳାମାନେ ମଧ୍ୟ ଏଥର ପୁରୁଷଗ୍ରୁପଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି । ଆସନ୍ତୁ ଜାଣିବା ଏ ଭଳି କିଛି ମହିଳା ବାଇକର ଗ୍ରୁପ ସମ୍ପର୍କରେ..ଦି ବାଇକରାନୀ: ମହିଳା ବାଇକର ଉର୍ବଶୀ ପଟୋଲା ଏହି ଗ୍ରୁପ ଗଠନ କରିଥିଲେ । ୧୬୦୦ ମହିଳା ବାଇକର ସାମିଲ ଏହି ଗ୍ରୁପ ଅନେକ ରେକର୍ଡ ନିଜ ନାମରେ କରିଛି । ୨୦୧୩ରେ ଲିମକା ବୁକ ଅଫ ରେକର୍ଡସରେ ଏହା ସ୍ଥାନ ପାଇଥିଲା ।

ସୁପର ବାଇକର୍ସ:୨୦୧୫ରେ ସୁରଟର ସାରିକା ମେହେଟ୍ଟା ଏହି ଗ୍ରୁପ ଆରମ୍ଭ କରିଥିଲେ । ଏହି ଗ୍ରୁପର ସଦସ୍ୟାମାନେ ରେସିଂ ବାଇକ ଚଳାଇବା ସହ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟରେ ଭାଗ ନେଉଛନ୍ତି । ଏହି ଗ୍ରୁପ ୩ ମହାଦ୍ୱୀପ, ୨୫ ଦେଶ ଓ ୨୫ ହଜାର କିଲୋମିଟର ଗସ୍ତ କରି ସାରିଛନ୍ତି ।
ହୋପ ଅନ ଗାର୍ଲସ: ୨୦୧୧ରେ ବାଙ୍ଗାଲୋରରେ ଏହି ଗ୍ରୁପ ଗଠନ କରାଯାଇଥିଲା । ଏମାନେ ସମେସ୍ତ ରୟାଲ ଏନଫିଲ୍ଡ ଚଲାଉଛନ୍ତି ।
ବେଙ୍ଗଲ ଲେଡି ବାଇକର: ରାଇମା ସୁମଇ ଓ ମହୁଆ ପୋଲେ ୨୦୧୧ରେ ଏହି ଗ୍ରୁପ ଗଠନ କରିଥିଲେ । ଉତରାଖଣ୍ଡରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଏମାନେ ଟ୍ରାଭେଲ କରି ସାରିଛନ୍ତି । ଆମେ କେବଳ କିଛି ଚର୍ଚ୍ଚିତ ଗ୍ରୁପର ନାମ ଦେଇଛୁ । ଏହା ବ୍ୟତୀତ ଆହୁରି ଅନେକ ନୂତନ ମହିଳା ବାଇକର ଗ୍ରୁପ ଗଠନ ହୋଇସାରିଛି ।

Leave A Reply

Your email address will not be published.