Latest Odisha News

BREAKING NEWS

ପୁରୀ ପୋଲିସର ଦାଦାଗିରି: ଦିବ୍ୟାଙ୍ଗ ଉପରେ କରୁଛି ଅତ୍ୟାଚାର

ପୁରୀ: ପୁରୀ ପୋଲିସର ଦବଙ୍ଗଗିରି । ଦିବ୍ୟାଙ୍ଗକୁ ବି ଛାଡିଲେନି । ପୁରୀ ତାଳବଣିଆ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ପାଇପ ମାଡରେ ଉକ୍ତ ଦିବ୍ୟାଙ୍ଗଙ୍କ ପେଟ, ହାତ ଓ ଗୋଡରେ ଆଘାତ ଲାଗିଛି। ଆହତ ଦିବ୍ୟାଙ୍ଗ ଜଣଙ୍କ ହେଉଛନ୍ତି ତାଳବଣିଆ ଥାନା ଅନ୍ତର୍ଗତ ଭୂଦାନ ନଗରର ଅଭିମନ୍ୟୁ ପାଢ଼ୀଙ୍କ ୩୪ ବର୍ଷୀୟ ପୁଅ ଅନିଲ କୁମାର ପାଢ଼ୀ। ସେ ବ୍ୟାଙ୍କ କଲୋନୀରେ ଏକ ପାନ ଦୋକାନ କରିଛନ୍ତି ।

ସୂଚନା ଅନୁସାରେ, ଗତ ୩୦ ତାରିଖ ରାତିରେ କିଛି ନିଶାଖୋର ଯୁବକ ଦିବ୍ୟାଙ୍ଗ ଅନୀଲଙ୍କ ଦୋକାନ ସମ୍ମୁଖରେ ହୋ ହଲ୍ଲା କରୁଥିଲେ। ଦୋକାନ ସମ୍ମୁଖରେ ପାଟିତୁଣ୍ଡ ନ କରିବାକୁ ଦିବ୍ୟାଙ୍ଗ ଅନୀଲ କହିଥିଲେ । ମାତ୍ର ସେମାନେ ଅନୀଲଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ମାଡ଼ ମାରିଥିଲେ। ପରେ ପିସିଆର ପହଁଚି ଦୁର୍ବୃତ୍ତ ମାନଙ୍କୁ ଥାନାକୁ ନେବା ସହ ଅନୀଲକୁ ମଧ୍ୟ ଥାନାକୁ ନେଇଯାଇଥିଲା । ସେଠାରେ ତାଙ୍କୁ ୫ ଘଣ୍ଟା କାଳ ଥାନାରେ ବସାଇବା ସହ ଜଣେ ସାଧା ପୋଷାକଧାରୀ ପୋଲିସ ତାଙ୍କୁ ନିର୍ଦ୍ଧୟ ଭାବେ ପିଟିଥିଲେ। ତାଙ୍କ ଗୋଡ଼କୁ ପାଇପରେ ପିଟିବା ସହ ପେଟ, ହାତ ଓ ପିଠିକୁ ମାଡ଼ ମାରି ନୋଳା ବସାଇ ଦେଇଥିଲେ। ଏ ନେଇ ଅନୀଲଙ୍କ ବାପା ଅତିରିକ୍ତ ଏସପି ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସଦର ଏସଡିପିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

Comments are closed.