Latest Odisha News

BREAKING NEWS

ଜମି ବିବାଦରୁ ତୁମୁଳକାଣ୍ଡ, ସାନ ଭାଇ ଓ ପୁତୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମଧୁ ବିଶ୍ୱାଳ। ହତ୍ୟାକାରୀ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ପାଇକ ବୋଲି ସୂଚନା ମିଳିଛି।

ଘରୋଇ ଜମି ବିବାଦକୁ ନେଇ ଗତ କିଛି ଦିନ ଧରି ବଡ଼ ଭାଇଙ୍କ ସହିତ ସାନ ଭାଇର ବିବାଦ ଲାଗି ରହିଥିଲା । ବଡ଼ ଭାଇ ଅଧିକ ଜମି ରଖିଥିବା ନେଇ ସବୁ ବେଳେ ପୁତୁରା ଓ ଭାଇ ଆମକୁ ଆହୁରି ଜମି ଦିଅ କହି ଗଣ୍ଡଗୋଳ କରୁଥଲେ। ତେବେ ଆଜି ବିବାଦ ଉଗ୍ର ରୂପ ନେଇଥିଲା। ଘରେ ଘଟଣାକୁ ନେଇ ବଡ଼ ଭାଇଙ୍କ ସହିତ ଉଚ୍ଚବାଚ ହେବା ସମୟରେ ହାତାହାତି ଭଳି ପରିସ୍ଥିତି ଉପୁଜିବା ସହିତ ବଡ଼ ଭାଇ ମଧୁ ବିଶ୍ୱାଳ ସହିତ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ଠେଲା ପେଲା ହେବା ବେଳେ ମଧୁ ତଳେ ପଡିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଗୁରୁତର ହୋଇପଡିଥିଲେ ।

ପାପଡାହାଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣାର ପୋଲିସ ତଦନ୍ତ ଆରମ୍ଭ ହୋଇଛି।

Comments are closed.