Latest Odisha News

BREAKING NEWS

ଡବଲ୍ ନୁହେଁ ଏକାଥରେ ୪ଟି ଚରିତ୍ରରେ ଅଭିନୟ କରିବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ୨୦୨୪ ମସିହାରେ ‘ପୁଷ୍ପା ୨’ ଫିଲ୍ମ ରିଲିଜ ହୋଇଥିଲା। ଯାହା ସାରା ବିଶ୍ବରେ ୧୮୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ତେବେ ବର୍ତ୍ତମାନ୍ ଅଲ୍ଲୁ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ଧମାଲ୍ ମଚାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଅଲ୍ଲୁ ଅର୍ଜୁନ ବର୍ତ୍ତମାନ୍ ନିର୍ଦ୍ଦେଶକ ଅଟଲିଙ୍କ ସହିତ ଏକ ଫିଲ୍ମ ବିଷୟରେ ଆଲୋଚନା କରୁଥିବା ସୂତ୍ରରୁ ଜଣାପଡ଼ିଛି। ଏହି ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିଲେ ମଧ୍ୟ ସେ ଏଥିରେ ସେ ଚାରୋଟି ଭୂମିକାରେ ନଜର ଆସିବେ। ତେବେ ବର୍ତ୍ତମାନ ଏହାର ନାମ AA22*A6 ବୋଲି ଆକଳନ କରାଯାଉଛି। ସେ ଏଥିରେ ଜେଜେବାପା, ବାପା ଏବଂ ଦୁଇ ପୁଅ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ତେବେ ଏହିପରି ଚାରୋଟି ଭୂମିକାରେ ଏକ ସାଙ୍ଗରେ ଅଭିନୟ କରିବା ତାଙ୍କ ଫିଲ୍ମ କ୍ୟାରିୟରରେ ପ୍ରଥମ ଥର ପାଇଁ ହେବାକୁ ଯାଇଛି। ଏଥିପାଇଁ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଥମେ ଅଟଲି ଅଲ୍ଲୁଙ୍କୁ ଡବଲ ରୋଲ୍ ଦେଇ ଅନ୍ୟ ଦୁଇ ଚରିତ୍ର ପାଇଁ ଅନ୍ୟ କଳାକାର ମାନଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ କିନ୍ତୁ ଆଲ୍ଲୁ ନିଜେ ଏହି ସମସ୍ତ ଭୂମିକା କରିବା ପାଇଁ ଅଟଲିଙ୍କୁ କହିଥିବା ସୂଚନା ମିଳିଛି।

ପରେ ଯେତେ ବେଳେ ଲୁକ୍ ଟେଷ୍ଟ ହୋଇଥିଲା ସେତିକି ବେଳେ ଅଟଲି ମଧ୍ୟ ଏଥିପାଇଁ ରାଜି ହୋଇଯାଇଥିଲେ। ତେବେ ଏହି ଫିଲ୍ମରେ ଆଲ୍ଲୁ ଙ୍କ ବ୍ୟତୀତ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ରଶ୍ମିକା ମନ୍ଦାନା ଓ ଜାହ୍ନବୀ କପୁର ଏବଂ ମୃଣାଳ ଠାକୁରଙ୍କୁ ନେଇ ମଧ୍ୟ ଆଲୋଚନା କରାଯାଉଛି।

 

Comments are closed.