Latest Odisha News

ଝୋଟ ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଚାଉଳ, ଗହମ, ଚିନି ପ୍ୟାକେଜିଂ ଝୋଟ ବସ୍ତାରେ କରିବାକୁ ବାଧ୍ୟ

ଭୁବନେଶ୍ୱର : ଦେଶୀ ଜିନିଷର ବ୍ୟବହାର କରାଯିବ । ଦେଶର କମ୍ପାନୀ ଲାଭବାନ ହେବେ । ସେଥିପାଇଁ ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ବୈଠକରେ ଏପରିି ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ତଥା ପ୍ରୋତ୍ସାହନ ଦେବା ପାଇଁ ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏହି ନିୟମ କାର୍ଯ୍ୟକାରୀ ହେଲେ ଓଡ଼ିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ବିହାର, ଆସାମ, ତ୍ରିପୁରା, ମେଘାଳୟ ଆଦି ସର୍ବାଧିକ ଝୋଟ ଉପତ୍ପାଦନକାରୀ ରାଜ୍ୟର ଚାଷୀ, ମାଲିକ ଏବଂ ଝୋଟକଳ କମ୍ପାନୀ ଉପକୃତ ହେବେ ।

ଭାରତର ଜାତୀୟ ଅର୍ଥନୀତିରେ ଝୋଟର ଏକ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି । ଏହାବ୍ୟତୀତ ଝୋଟ ଏକ ପ୍ରାକୃତିକ, ଜୈବ କ୍ଷୟଯୋଗ୍ୟ ଏବଂ ନବୀକରଣ ଓ ପୁନଃ ବ୍ୟବହାର ଯୋଗ୍ୟ ଫାଇବର । ଏହା ଅନ୍ୟ ଫାଇବର ତୁଳନାରେ ଦୀର୍ଘସ୍ଥାୟୀ । ଦେଶରେ ହାରାହାରି ୯ ଳକ୍ଷ ମେଟ୍ରିକ ଟନ ଝୋଟ ବସ୍ତା ଉତ୍ପାଦିତ ହୋଇଥାଏ । ଏଥିରୁ ୭୫ ପ୍ରତିଶତ ଝୋଟରୁ ବସ୍ତା ତିଆରି ହୋଇଥାଏ । ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ କ୍ରୟ ଏଜେନ୍ସିକୁ ୮୫ ପ୍ରତିଶତ ଯୋଗାଣ ହୋଇଥାଏ । ଅବଶିଷ୍ଟ ବଳକା ଝୋଟକୁ ରପ୍ତାନୀ କିମ୍ବା ବିକ୍ରି କରାଯାଇଥାଏ ।

ଏଠି କହିରଖିବୁ, ପଶ୍ଚିମବଙ୍ଗରେ ସର୍ବାଧିକ ୭୫ଟି ଝୋଟକଳ ରହିଛି । ଏହି ନିୟମ କାର୍ଯ୍ୟକାରୀ ହେଲେ ପ୍ୟାକେଜିଂରେ କାର୍ଯ୍ୟରତ ୩.୭୦ ଲକ୍ଷ ଶ୍ରମିକଙ୍କ ସହ ୪୦ ଲକ୍ଷ ଚାଷୀ ପରିବାର ଉପକୃତ ହେବେ । ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକଜେିଂ ନିମନ୍ତେ ପ୍ରାୟ ୯ ହଜାର କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି । ଏହାଦ୍ୱାରା ଝୋଟ ଚାଷୀ, ଶ୍ରମିକ ଉତ୍ପାଦ ବିକ୍ରି ପାଇଁ ବଜାର ସୁବିଧା ପାଇପାରନ୍ତି ।

Leave A Reply

Your email address will not be published.