Latest Odisha News

‘ସିଙ୍ଘମ ଏଗେନ’ ଏବଂ ‘ଭୁଲ୍ ଭୁଲେୟା-୩’ କୁ ଟକ୍କର ଦଉଛି ଏହି ଦକ୍ଷିଣ ଫିଲ୍ମ

ମୁମ୍ବାଇ: ‘ସିଙ୍ଘମ ଏଗେନ’ ଏବଂ ‘ଭୁଲ୍ ଭୁଲେୟା-୩’ ବକ୍ସ ଅଫିସରେ ଧୂମ୍ ମଚଉଛନ୍ତି । ଉଭୟ ଚଳଚ୍ଚିତ୍ର ଭଲ ରୋଜଗାର କରୁଛି । ଦିପାବଳୀ ଓ୍ବେକଏଣ୍ଡରେ ଉଭୟ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଅଜୟ ଦେବଗାନଙ୍କ ‘ସିଙ୍ଘମ ଏଗେନ’ ଏବଂ କାର୍ତ୍ତିକ ଆରୟନଙ୍କ ‘ଭୁଲ ଭୁଲେୟା-୩’ ର ଗୋଟିଏ ଦିନ ପୂର୍ବରୁ ଏକ ଦକ୍ଷିଣ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଫିଲ୍ମର ନାମ ହେଉଛି ‘ଅମରନ୍’ ।

ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୩୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ସେହି ଦିନଠାରୁ ଏହା କ୍ରମାଗତ ଭାବରେ ବକ୍ସ ଅଫିସରେ ବମ୍ପର ଇନକମ କରି ଆସୁଛି । ଦର୍ଶକ ଭାବିଥିଲେ ଯେ ଏହି ଫିଲ୍ମଟି ଏତେ ଲୋକପ୍ରିୟ ହେବ ନାହିଁ, କିନ୍ତୁ ଫିଲ୍ମ ଦ୍ୱିତୀୟ ସପ୍ତାହରେ ବହୁତ ଭଲ ଇନକମ କରିବା ଆରମ୍ଭ କଲା ।

ଅମରନ ଫିଲ୍ମର ବଜେଟ୍ ‘ସିଙ୍ଘମ୍ ଏଗେନ’ ଏବଂ ‘ଭୁଲ୍ ଭୁଲେୟା-୩’ର ବଜେଟ୍ ଠାରୁ ଅଧା ଅଟେ । ହେଲେ ଦେଖୁ ଦେଖୁ ଏହି ଚଳଚ୍ଚିତ୍ର ଶହେ କୋଟିରୁ ଅଧିକ ରୋଜଗାର କରିଛି । ବର୍ତ୍ତମାନ ରୋଜଗାର ଦୃଷ୍ଟିରୁ ଏହା ଉଭୟ ସିନେମା ସହ ସମାନ୍ତରଣ ଭାବେ ଇନକମ କରୁଛି ।

ଦକ୍ଷିଣ ଚଳଚ୍ଚିତ୍ର ‘ଅମରନ’ର ୧୧ ଦିନ ମଧ୍ୟରେ ୧୫୨.୭୫ କୋଟି ଟଙ୍କା ବ୍ୟବସାୟ କରିଛି । ଫିଲ୍ମର ରୋଜଗାର କମ୍ ହେବାର ନାଁ ହେଉନାହିଁ, ବରଂ ରବିବାର ଦିନ ଏହାର ରୋଜଗାରରେ ଏକ ବଡ଼ ଧରଣର ଅଗ୍ରଗତି ହୋଇଛି, ଫିଲ୍ମଟି ୧୬ କୋଟି ଟଙ୍କା ବ୍ୟବସାୟ କରିଛି । ଯଦି ଆମେ ‘ଅମରନ’ ର ବଜେଟକୁ ଦେଖିବା, ତେବେ ଫିଲ୍ମଟି ୧୨୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏଭଳି ପରିସ୍ଥିତିରେ ଫିଲ୍ମ ଲାଭ ଦେବା ଆରମ୍ଭ କରି ଦେଇଛି ଏବଂ ଦ୍ବିତୀୟ ସପ୍ତାହରେ ଯେଉଁଭଳି ଭାବରେ ଇନକମ୍ କରିଛି ତାହା ସ୍ପଷ୍ଟ ହୋଇଛି ଯେ ଫିଲ୍ମର ଆୟ ଆହୁରି ବୃଦ୍ଧି ପାଇବ । ଏହି ଚଳଚ୍ଚିତ୍ରରେ ସାଇ ପଲ୍ଲାବୀ ଏବଂ ଶିବ କାର୍ତ୍ତିକେୟ ମୁଖ୍ୟ ଭୂମିକାରେ ଅଛନ୍ତି ।

Comments are closed.