Latest Odisha News

BREAKING NEWS

ଅମରନାଥ ଯାତ୍ରା ବନ୍ଦ, ପାହାଡ଼ରୁ ପଥର ଖସି ଜଣେ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଥିବାରୁ ଓ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରାକୁ ବର୍ତ୍ତମାନ୍ ପାଇଁ ବନ୍ଦ କରି ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ବହୁମାତ୍ରାରେ ଅଳିଆ ଆବର୍ଜନା ଜମି ଯାଇଛି। ଯାହା ଦ୍ଵାରା ଭକ୍ତମାନଙ୍କୁ ଯାତ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଭୂସ୍ଖଳନ ଯୋଗୁଁ ପାହାଡ଼ ଉପରୁ ପଥର ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ସୂଚନା ମିଳିଛି। କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇଯାଇଛି। ଯାହାଦ୍ଵାରା ଯାତ୍ରୀ ମାନେ ସେଠାରେ ଫସି ରହିଛନ୍ତି। ତେଣୁ ଏହି ସମସ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ଆବଶ୍ୟକ।ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ତେବେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନର ଭଗ୍ନାବଶେଷ  କିପରି ରାସ୍ତା ମାନଙ୍କରେ ପଡ଼ି ରହିଛି ତାର ଦୃଶ୍ୟ ଭିଡିଓରେ ଦେଖା ଯାଇଛି ଓ ଏଥି ଯୋଗୁ ଭକ୍ତ ମାନେ କେଉଁଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ତାହା ମଧ୍ୟ ସେଥିରେ ଦୃଶ୍ୟମାନ ହେଉଛି।

 

Comments are closed.