ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ, କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିଲା।
ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟୁଇଟ୍ କରି ସୂଚନା ଦିଆଯାଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଲୋକଙ୍କ ଜୀବନ ବଞ୍ଚିବା ଜରୁରୀ। ଲୋକଙ୍କ ଜୀବନ ରକ୍ଷା କରିବା ଆମର ପ୍ରାଥମିକତା ହେବା ଉଚିତ। ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ସଙ୍କଟ ମଧ୍ୟରେ ଏହି ବର୍ଷର ତୀର୍ଥଯାତ୍ରା କରିବା ଅନୁଚିତ।
କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଅମରନାଥରେ ସମସ୍ତ ପାରମ୍ପାରିକ ଧାର୍ମିକ ରୀତିନୀତି କରାଯିବ।