Latest Odisha News

BREAKING NEWS

କୁନି ପିଲାର ଜବରଦସ୍ତ ଡ୍ୟାନ୍ସ: ଥରେ ଦେଖିଲେ ଦିଓ୍ୱାନା ହେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ମଜାଦାର ଭିଡିଓ ସବୁ ପୋଷ୍ଟ ଓ ସେୟାର ହେଉଛି । କେତେବେଳେ କିଏ କାହାର ମିମିକ୍ରି କଲାଣି ତ ଆଉ କେତେବେଳେ ଜବରଦସ୍ତ ଡ୍ୟାନ୍ସ ଫର୍ମ ଭାଇରାଲ୍ ହୋଇଥାଏ । ଏବେ ଏମିତି ଜଣେ ଛୋଟ ପିଲାର ଡ୍ୟାନ୍ସ ଫର୍ମ ଦେଖିଲେ ଯେକେହି ବି ତାର ଫ୍ୟାନ୍ ହୋଇଯିବେ । ଚାରି କିମ୍ବା ପାଞ୍ଚ ବର୍ଷର ପିଲା । ତାର ଡ୍ୟାନ୍ସ ମୁଭମେଣ୍ଟ ସବୁ ତାରିଫ କଲା ଭଳି ।

Rex Chapman ଟ୍ୱିଟର ପେଡରେ ଛୋଟ ଶିଶୁର ଡ୍ୟାନ୍ସ ଭିଡିଓ ସେୟାର ହୋଇଛି । କ୍ୟାପସନରେ ଲେଖା ଅଛି, ଛୋଟ ପିଲା ବଡ଼ଙ୍କ ସହ ଡ୍ୟାନ୍ସ କରୁଛି ।

ଦେଖନ୍ତୁ ଭିଡିଓ:

ଭିଡିଓଟି ବିଦେଶରେ କେଉଁଠି ସୁଟିଂ ହୋଇଛି । କୌଣସି ଡ୍ୟାନ୍ସ ଇଭେଣ୍ଟର ହୋଇଥାଇପାରେ । କାରଣ ସେଠାରେ ବହୁ ପୁରୁଷ ଓ ମହିଳା ପ୍ରଫେସନାଲ୍ ଡ୍ୟାନ୍ସର ଅଛନ୍ତି । ସେମାନେ ଯେତିକି ଗୀତର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି ପିଲାଟି ତାଙ୍କୁ ଦେଖି ସେଭଳି ନାଚୁଛି ।

ଗୋଡ଼ ଓ ହାତର ମୁଭମେଣ୍ଟ ଦେଖିଲେ ଲାଗୁଛି ଯେମିତି ବଡ଼ ବଡ଼ ହସ୍ତୀଙ୍କୁ ବି ପିଲାଟି ପାଣି ପିଆଇ ଦେବ । ଭିଡିଓକୁ ଦେଖିଲେ ସମସ୍ତଙ୍କ ମୁହଁରୁ ବାହାରି ଆସିବ ଓଃ ! କି ଡ୍ୟାନ୍ସ କରୁଛି ଏ ପିଲା । ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ସେୟାର ଓ ରିଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.