Latest Odisha News

BREAKING NEWS

ଭାରତରେ କର୍ମଚାରୀ ଛଟେଇ ଆରମ୍ଭ କଲା ଆମାଜନ; ଇ-ମେଲ୍ ପଠାଇ ଚାକିରିରୁ ବିଦା କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତରେ କର୍ମଚାରୀ ଛଟେଇ ଅଭିଯାନ ଆରମ୍ଭ କଲା ଆମାଜନ। ନିକଟରେ ଛଟେଇ ନେଇ ସର୍ବସାଧାରଣରେ ଘୋଷଣା କରିଥିଲେ ଆମାଜନ ସିଇଓ ଆଣ୍ଡି ଜ୍ୟାସୀ। ବିଶ୍ୱବ୍ୟାପୀ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ ଘୋଷଣା କରିଥିଲେ। ସେଥିମଧ୍ୟରୁ ଭାରତରୁ ଏକ ହଜାର କର୍ମଚାରୀଙ୍କ ଛଟେଇ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଯାହା ଏବେ ଆରମ୍ଭ ହୋଇଯାଇଛି।

ଭାରତରେ କର୍ମଚାରୀ ଛଟେଇ ହୋଇଥିବା ନେଇ ସୋସିଆଲ୍ ମିଡିଆରୁ ସୂଚନା ମିଳିଛି। ବିଭିନ୍ନ କର୍ମଚାରୀ ଛଟେଇ ହୋଇଥିବା ନେଇ ଲିଙ୍କ୍‌ଡିନ ଓ ଟ୍ୱିଟରରେ ଶେୟାର କରି ସୂଚନା ଦେଉଛନ୍ତି।

କମ୍ପାନୀ କର୍ମଚାରୀଙ୍କୁ ଇ-ମେଲ୍ ଦେଇ ଛଟେଇ କରିଛି। ବେଙ୍ଗାଲୁରୁ, ଗୁରୁଗ୍ରାମ ଆଦିରେ ଥିବା କମ୍ପାନୀରେ କର୍ମଚାରୀଙ୍କ ଛଟେଇ କରାଯାଇଥିବା ବେଳେ ଏଥିରେ ଉଭୟ ନବନିଯୁକ୍ତ ଓ ବରିଷ୍ଠ ଶିକାର ହୋଇଛନ୍ତି। ଛଟେଇ ସହିତ କମ୍ପାନୀ ଆଗାମୀ ୫ ମାସ ପର୍ଯ୍ୟନ୍ତ ବିନା କାମରେ କ୍ଷତିପୂରଣ ପାଇଁ ଦରମା ଦେବ ବୋଲି ଇ-ମେଲ୍‌ରେ କୁହାଯାଇଛି। ପୂରା ଘଟଣା ସମ୍ପର୍କରେ ଉପରିସ୍ଥ ଅଫିସରଙ୍କ ସହ ଆଲୋଚନା କରି ବୁଝିନେବାକୁ ଇ-ମେଲ୍‌ରେ କୁହାଯାଇଛି।

Comments are closed.