Latest Odisha News

ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହାନ୍ତି ଅମିଶା

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଅମିଶା ପଟେଲ ଏବେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯଦି ସୁଯୋଗ ମିଳିବ ତେବେ ସେ ହଲିଉଡ଼ର ଅଭିନେତା ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହିଁବେ । ଅମିଶାଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଆୟୋଜିତ ହୋଇଥିଲା ହୁଣ୍ଡାଇ ଫିଲ୍ମ ଫେୟାର ଆୱାର୍ଡ ୨୦୨୩ । ଏଥିରେ ରେଡ କାର୍ପେଟରେ ଯେତେବେଳେ ଅମିଶାଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ ଅନ୍ୟ କେଉଁ ଅଭିନେତ୍ରୀଙ୍କ ସ୍ଥାନ ବଦଳାଇ ପାରିବେ କି ? ଯଦି ହଁ ତେବେ ସେ କିଏ? ଏହାର ଉତ୍ତରରେ ଅମିଶା କହିଥିଲେ ସେ ଯେକୌଣସି ଅଭିନେତ୍ରୀଙ୍କ ସ୍ଥାନ ବଦଳାଇବାକୁ ଚାହିଁବେ, ଯେଉଁ ଫିଲ୍ମରେ ଟମ କ୍ରୁଜଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିବ ।

ତାଙ୍କର ଏଭଳି ଉତ୍ତରରୁ ଏହା ସ୍ପଷ୍ଟ ହୋଇଥିଲା କି ସେ ଟମ କ୍ରୁଜଙ୍କର ବହୁତ ବଡ ଫ୍ୟାନ । ଅଭିନେତ୍ରୀଙ୍କର ସାରା ଦେଶରେ ବହୁ ଫ୍ୟାନ ଫଲୋଇଙ୍ଗ ଥିବା ବେଳେ ସେ କିନ୍ତୁ ପଡିଯାଇଛନ୍ତି ହଲିଉଡ ଅଭିନେତାଙ୍କ ପ୍ରେମରେ ।

Comments are closed.