ନୂଆଦିଲ୍ଲୀ: ଆମେରିକା ଏକ ବଡ଼ ଡିପୋର୍ଟେସନ୍ ଅପରେସନ୍ କରି ୨୦୦ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇଛି। ଏହି ଲୋକଙ୍କ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ (ଲରେନ୍ସ ବିଷ୍ନୋଇର ଭାଇ), ପଞ୍ଜାବର ଦୁଇ ଜଣ ୱାଣ୍ଟେଡ୍ ଅପରାଧୀ ଏବଂ ୧୯୭ ଜଣ ଅବୈଧ ଅନୁପ୍ରବେଶକାରୀ ରହିଛନ୍ତି। ଏହି ବିମାନ ଆମେରିକାରୁ ଉଡ଼ାଣ ଭରି ଭାରତରେ ପହଞ୍ଚି ସାରିଛି ବା ଶୀଘ୍ର ପହଞ୍ଚିବ। ଏହା ଟ୍ରମ୍ପ ପ୍ରଶାସନର କଡ଼ା ଇମିଗ୍ରେସନ୍ ନୀତିର ଏକ ଅଂଶ ବୋଲି କୁହାଯାଉଛି। ଏହି ଫେବୃଆରୀରେ ମଧ୍ୟ ୨୦୦ରୁ ଅଧିକ ଭାରତୀୟଙ୍କୁ ଆମେରିକା ଡିପୋର୍ଟ କରିଥିଲା।
ଏହି ଲୋକମାନେ ଅବୈଧ ଭାବେ ଆମେରିକା ପ୍ରବେଶ କରିଥିବା କିମ୍ବା ଭିସା ଓଭରଷ୍ଟେ କରିଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ଅଧିକାଂଶ ଲୋକ ‘ଡଙ୍କି ରୁଟ୍’ ଦେଇ କାନାଡ଼ା ହୋଇ ଆମେରିକା ପହଞ୍ଚିଥିଲେ। ଆସନ୍ତୁ ଜାଣିବା ଡିପୋର୍ଟ ହେଉଥିବା ଲୋକଙ୍କ ପାଦରେ କିପରି GPS ଟ୍ରାକର୍ ଲଗାଯାଏ।
ଅନମୋଲ ବିଷ୍ନୋଇଙ୍କୁ ମଧ୍ୟ ଲଗାଯାଇଥିଲା GPS ଟ୍ରାକର୍
ଅନମୋଲ ବିଷ୍ନୋଇ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଭାରତରେ ଅନେକ ଗୁରୁତର ମାମଲାରେ ଅଭିଯୁକ୍ତ ହୋଇଛନ୍ତି । ବାବା ସିଦ୍ଦିକୀ ହତ୍ୟା, ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ଓ ସଂଗଠିତ ଅପରାଧ ଭଳି ଘଟଣାରେ ସେ ଅଭିଯୁକ୍ତ ରହିଛି । ଆମେରିକାରେ ଥିବା ବେଳେ ତା ପାଦରେ ଏଙ୍କଲ୍ ମନିଟର୍ (GPS ଯୁକ୍ତ ଡିଭାଇସ୍) ଲଗାଯାଇଥିଲା। ଏହି ଡିପୋର୍ଟେସନ୍ ଅପରେସନ୍ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଏଜେନ୍ସିଙ୍କ ମାସ ମାସର ଯୋଜନା ଓ ସମନ୍ୱୟର ଫଳ।
GPS ଟ୍ରାକର୍ କିପରି କାମ କରେ?
ଆମେରିକାର ICE (ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନଫୋର୍ସମେଣ୍ଟ)ର Alternatives to Detention (ATD) ପ୍ରୋଗ୍ରାମ୍ ଅଧୀନରେ ଗିରଫ ବଦଳରେ ନଜରରେ ରଖାଯାଏ। ଜୁନ୍ ୨୦୨୫ରେ ICEର ଏକ ଆଭ୍ୟନ୍ତରୀଣ ମେମୋରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଯେଉଁଠି ସମ୍ଭବ, ସେଠି ଏଙ୍କଲ୍ ମନିଟର୍ ଲଗାଇ ନଜର ରଖାଯାଉଛି। ଏହି ଡିଭାଇସ୍ ସାଧାରଣ ଘଣ୍ଟା ଭଳି ନୁହେଁ – ଏହା ନିରନ୍ତର GPS ସିଗନାଲ୍ ଧରି ICEକୁ ରିଅଲ୍-ଟାଇମ୍ କିମ୍ବା ନିର୍ଦ୍ଦିଷ୍ଟ ସମୟରେ ଲୋକେସନ୍ ଡାଟା ପଠାଏ।
ଏହି ଟ୍ରାକର୍ ଅସୁବିଧା
ଏହି ଟ୍ରାକର ଅଣ-ଟେକ୍ନିକାଲ୍ କ୍ଷତି ମଧ୍ୟ ଅଛି। ଅନେକ ଅନୁପ୍ରବେଶକାରୀ ମାନସିକ ଓ ଶାରୀରିକ ଯନ୍ତ୍ରଣାର କଥା କହିଛନ୍ତି – ଯେମିତି ନିଦ ନ ହେବା, ଉଦ୍ବେଗ, ଚର୍ମରେ ଜଳାପୋଡ଼ା କିମ୍ବା ଶରୀରରେ ଯନ୍ତ୍ରଣା। କିଛି ସମାଲୋଚକ ଏହାକୁ ‘ଡିଜିଟାଲ୍ ପିଞ୍ଜରା’ ବୋଲି କହିଛନ୍ତି, ଯେଉଁଠି ଘରୁ ବାହାରକୁ ଯିବାର ସ୍ୱାଧୀନତା ସୀମିତ ହୋଇଯାଏ।
Comments are closed.