Latest Odisha News

BREAKING NEWS

ଦେଖନ୍ତୁ, ଆମେରିକାରେ ‘ଭଗବତ୍ ଗୀତା’ ଅନ୍ତାକ୍ଷରୀ

ଭୁବନେଶ୍ୱର: ଘରେ ହେଉ ବା ବାହାରେ ଖାଲି ସମୟକୁ କାଟିବାକୁ ଅନ୍ତାକ୍ଷରୀ ପ୍ରାୟ ସମସ୍ତଙ୍କର ପ୍ରିୟ ଖେଳ । ଭଳିକି ଭଳି ଆଧୁନିକ ଗୀତର ତାଳେ ତାଳେ ଏହି ଖେଳ ଖେଳିବାକୁ ଭାରି ମଜା ଲାଗେ । ଆଜିବି ଏହାର ଲୋକପ୍ରିୟତା କୌଣସି ମତେ କମ୍ ହୋଇନାହିଁ । ଦେଶ ହେଉକି ବିଦେଶ ସବୁଠି ଏହାର ଚାହିଦା ।

ଆଧୁନିକ ଗୀତର ତାଳେ ତାଳେ ଆମେ ଏହାର ମଜା ନେଉଥିବା ବେଳେ ବିଦେଶରେ କିଛି କୁନି ପିଲା ‘ଶ୍ରୀମଦ ଭଗବତ୍ ଗୀତା’ର ଶ୍ଲୋକ ଗାଇ ଏକ ନିଆରା ଢଙ୍ଗରେ ଖେଳୁଛନ୍ତି ଅନ୍ତାକ୍ଷରୀ ।

ଏଭଳି ଏକ ଭିଡିଓ ଭାଇରାଲ ହେଉଛି ସୋଶିଆଲ ମିଡିଆରେ।

ଭିଡିଓରେ ଦେଖାଉଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାର କିଛି କୁନି କୁନି ପିଲା ଅନ୍ତାକ୍ଷରୀ ଖେଳୁଛନ୍ତି, କିନ୍ତୁ ଅନ୍ତାକ୍ଷରୀରେ କୌଣସି ଆଧୁନିକ ଗୀତ ନୁହେଁ ବରଂ ଗୁଞ୍ଜରିତ ହେଉଛି ଶ୍ରୀମଦ ଭଗବତ୍ ଗୀତାର ଶ୍ଲୋକ।

ପ୍ରାୟ ଦେଢ ମିନିଟର ଏହି ଭିଡ଼ିଓରେ ପିଲାମାନେ ଗୀତାର ଶ୍ଲୋକ ଗୁଡିକୁ ଏତେ ସ୍ପଷ୍ଟ ଭାବେ ଉଚ୍ଚାରଣ କରୁଛନ୍ତି ଯେ ଏଥିରୁ ଜାଣି ହେଉଛି ଖାଲି ଭିଡିଓ ପାଇଁ ନୁହେଁ ବରଂ ସବୁଦିନେ ଏମାନେ ଗୀତ ପାଠ କରନ୍ତି । ଖାଲି ପିଲା ନୁହେଁ ସେମାନଙ୍କ ପାଖରେ କିଛି ଅଭିଭାବକ ମାନେ ମଧ୍ୟ ବସିଥିବାର ଦେଖିବାକୁ ମିଳିଛି ।

ଭିଡ଼ିଓରେ ଥିବା ବ୍ୟକ୍ତି ମାନେ ଭାରତୀୟ ଭଳି ମନେ ହେଉଛନ୍ତି । ଗୋଟିଏ ପଟେ ଆମେ ଭାରତରେ ରହି ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଉଥିବା ବେଳେ, ବାହାର ଦେଶରେ ରହି ମଧ୍ୟ ଆମ ସଂସ୍କୃତି ପରମ୍ପରାକୁ ଭୁଲି ନାହାନ୍ତି ଏହି ବ୍ୟକ୍ତି ବିଶେଷ ମାନେ । ନିଜ ପରମ୍ପରା ସଂସ୍କୃତିକୁ ନିଜ ଭିତରେ ଚାପି ନଦେଇ ଏହି ମହାନ ସଂସ୍କୃତି ସହ ନିଜ ପରପିଢିକୁ ମଧ୍ୟ ଅବଗତ କରାଇଛନ୍ତି ।

Leave A Reply

Your email address will not be published.