Latest Odisha News

ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରୁ ବଞ୍ଚିତ ହେବ କି ଚୀନ୍‌?

ୱାଶିଂଟନ୍: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍‌ର ହସ୍ତକ୍ଷେପକୁ ରୋକିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଏକ ଆଇନକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ୱାଶିଂଟନ୍ କେବଳ ତିବ୍ଦତରେ ଏକ କନସୁଲେଟ୍ ପ୍ରତିଷ୍ଠା କରିବ ନାହିଁ, ବରଂ ଏହା ନିଶ୍ଚିତ କରିବ ଯେ କେବଳ ବୌଦ୍ଧ ସମ୍ପ୍ରଦାୟ ସେମାନଙ୍କର ସର୍ବୋଚ୍ଚ ଧର୍ମ ଗୁରୁ ଚୟନ କରିବେ। ଏହି ପରିପ୍ରେକ୍ଷୀରେ ବେଜିଂ ଉପରେ ଚାପ ପକାଇବାକୁ ଏକ ଆନ୍ତର୍ଜାତୀୟ ମିଳିତ ମଞ୍ଚ ମଧ୍ୟ ଆଲୋଚନା ହୋଇଛି। ଏହି ନୂତନ ନିୟମ ଭାରତରେ ରହୁଥିବା ତିବ୍ଦତୀୟମାନଙ୍କ ପାଇଁ ଆଠ ଲକ୍ଷ ଡଲାର ପ୍ରଦାନ କରିଛି।

‘ତିବ୍ଦତୀୟ ପଲିସି ଆଣ୍ଡ୍‌ ସପୋର୍ଟ ଆକ୍ଟ’ ତିବ୍ଦତ ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବ୍ୟବସ୍ଥାକୁ ପୁନଃ ଅନୁମତି ଦିଏ। ଗତ ସପ୍ତାହରେ ଚୀନର ବିରୋଧ ସତ୍ତ୍ୱେ ଏହି ବିଲ୍ ସର୍ବସମ୍ମତି କ୍ରମେ ଆମେରିକା ସିନେଟରେ ପାରିତ ହୋଇଥିଲା। ଏହି ନିୟମ କେବଳ ତିବ୍ଦତରେ ବୌଦ୍ଧ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ଅଣ-ସରକାରୀ ସଂଗଠନଗୁଡିକୁ ସହାୟତା ପ୍ରଦାନ କରିବ ନାହିଁ ବରଂ ତିବ୍ଦତର ରାଜଧାନୀ ଲାସାରେ ୱାଶିଂଟନ୍ ଏହାର କନସୁଲେଟ୍ ନହେବା ପର୍ଯ୍ୟନ୍ତ ଆମେରିକାରେ ନୂତନ ଚୀନ୍ କନସୁଲେଟ୍ ଖୋଲିବାକୁ ବାରଣ କରିଛି।

Comments are closed.