ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତର ଅର୍ଥନୀତି ସୁଦୃଢ଼ ହେବ ବୋଲି ଆକଳନ କରାଯାଇଛି । ଏହାର ପ୍ରମୁଖ କାରଣ ହେଲା ବିଶ୍ୱସ୍ତରର ନାମୀ ଦାମୀ କମ୍ପାନୀ ଚୀନରେ ଆଉ କୌଣସି ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି । ଆମେରିକା ସମେତ ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡିକ ଭାରତରେ ବ୍ୟାପାରର ଭିତିଭୂମି ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ।
ବିଶେଷ କରି ଆମେରିକା ଏଥିନେଇ ଆଗ୍ରହ ପ୍ରକାଶ କରିଛି । ରିପୋର୍ଟ ମୁତାବକ ଯଦି ଏହା ହୁଏ ତାହାହେଲେ ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଇକୋନୋମୀରେ ପହଂଚିବ । ୟୁଏସ ଡିପାର୍ଟମେଂଟ ଅଫ ଷ୍ଟେଟସ ମଧ୍ୟ ଏଥିନେଇ ସମ୍ମତି ପ୍ରକାଶ କରି ସାରିଛି ।
Comments are closed.