Latest Odisha News

BREAKING NEWS

ଋଷ ସୌନ୍ୟଙ୍କ ଗୁଳି ମାଡ଼ରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ, ଅନ୍ୟ ୨ଜଣ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ ଉପରେ ଋଷ ୧୮ ଦିନ ହେଲାଣି ଯାରି ରଖିଛି ଆକ୍ରମଣ । ୟୁକ୍ରେନର ସେନା ସମେତ ସେଠାକାର ସାଧାରଣ ନାଗରିକ ଓ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରି ଗୁଳି ଚଳାଉଛି ଋଷ । ଆଜି ଋଷ ସେନାର ଗୁଳିମାଡ଼ରେ ଜରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ସହିତ ଅନ୍ୟ ଜଣେ ଆମେରିକୀୟ ସାମ୍ବାଦିକ ଗରୁତର ଆହତ ହୋଇଥିବା ନେଇ ସୂଚନା ଦେଇଛି ଗଣମାଧ୍ୟମ ସଂସ୍ଥା ଏଏଫପି ରିପୋର୍ଟସ ।

ରିପୋର୍ଟସ ଅନୁଯାୟୀ, ଗୋଟେ କାରରେ ଏଏଫପିର ଜଣେ ସାମ୍ବାଦିକ ଏବଂ ଦୁଇ ଜଣ ଆମେରିକୀୟ ସାମ୍ବାଦିକ ଥିଲେ। ଏହି ସମୟରେ ରୁଷ ସେନା କାର୍ ଉପରକୁ ଗୁଳି ବର୍ଷା କରିଥିଲେ। ଏଥିରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରିନାଉଡ ବୋଲି ଜଣାପଡ଼ିଛି।

Comments are closed.