Latest Odisha News

BREAKING NEWS

ଦେଶରୁ ହଟିଲା କରୋନା ମହାମାରୀ ଆକ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ଲଗାଇଥିବା ସମସ୍ତ ପ୍ରତିବନ୍ଧକ ୩୧ ମାର୍ଚ୍ଚ ସୁଦ୍ଧା ହଟାଯିବ। ଗୃହ ମନ୍ତ୍ରଣାଳୟ ବୁଧବାର ଏହା କହିଛି । କୋଭିଡ-ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ ହେବ ନାହିଁ। ତଥାପି, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ସରକାରଙ୍କ ନିଷ୍ପତ୍ତି ଏହି ସମୟରେ ଆସିଛି ଯେତେବେଳେ ଚାଇନାରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି । ଦକ୍ଷିଣ କୋରିଆ, ଭିଏତନାମ, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶରେ ଓମିକ୍ରନ୍ ସବ୍-ଭାରିଆଣ୍ଟସ୍ BA.2ର ସଂକ୍ରମଣ ଦ୍ରୁତ ଗତିରେ ବଢୁଛି।

ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡ ପ୍ରତିରୋଧ ପଦକ୍ଷେପ ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ କରିବାର କୌଣସି ଆବଶ୍ୟକତା ନାହିଁ। ତେବେ ଏହି ରୋଗର ମୁକାବିଲା ପାଇଁ ଭାରତ ଏବେ ମଧ୍ୟ ବହୁତ ଭଲ ସ୍ଥିତିରେ ଅଛି। ଭାରତର ଟିକାକରଣ ଅଭିଯାନ ଦିନକୁ ଦିନ ଅଧିକ ମଜବୁତ ହେଉଛି।

Leave A Reply

Your email address will not be published.