Latest Odisha News

BREAKING NEWS

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି ଧନଶ୍ରୀ ଅତିଷ୍ଠ ହୋଇ ଶେଷରେ ନିଜ ସ୍ବାମୀଙ୍କୁ ଛାଡୁଛନ୍ତି, ତାହା ଉପରେ ଏକ ଗୀତରେ ଅଭିନୟ କରିଛନ୍ତି ଧନଶ୍ରୀ । ତେବେ କାହିଁକି ଧନଶ୍ରୀ ଏବଂ ଚହଲ ପରସ୍ପରଠାରୁ ଅଲଗା ହେଉଛନ୍ତି, ତାହାର କାରଣ ଜଣାନଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା, ଏହା କେବଳ ଏକ ଗୀତର ଷ୍ଟୋରୀ, ନା ଏହା ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ କିଛି ଇଶାରା ଦେଉଛନ୍ତି ଧନଶ୍ରୀ ।

ତେବେ ଏହି ଭିଡିଓ ଗୀତ ଟିରେ ଭାବପ୍ରବଣ ସଂଘର୍ଷ ଏବଂ ପ୍ରେମର ଜଟିଳତାକୁ ପ୍ରତିଫଳିତ କରିଛନ୍ତି ଧନଶ୍ରୀ । ଯେଉଁଥିରେ ଦେଖାଦେଇଛି, ଧନଶ୍ରୀ ଏକ ରାଜପରିବାରରେ ବିବାହ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ କଷ୍ଟକର ପରିସ୍ଥିତି ସହ ବିତୁଛି । ଇଶ୍ୱକ ସିଂହ ଏବଂ ଧନଶ୍ରୀ ବର୍ମା ଏଥିରେ ମୁଖ୍ୟ ଭୂମିକାରେ ନିଜର ଆସିଛନ୍ତି । ଯେଉଁଥିରେ ଇଶ୍ବକ ଧନଶ୍ରୀଙ୍କୁ ମାଡ ମାରିବା, ପରକ୍ରିୟା ପ୍ରୀତିରେ ଲିପ୍ତ ରହିବା ଭଳି ଦୃଶ୍ୟ ରହିଛି । ଯାହା ଏକ ଟକ୍ସିକ୍ ସଂପର୍କର ଅବିଚ୍ଛେଦିତ ଚିତ୍ରଣ ବର୍ଣ୍ଣନା କରିଛି ।

ତେବେ ଏହାକୁ ନିଜ ସୋସିଆଲ ମିଡିଆ ସାଇଟରେ ସେୟାର କରି ଧନଶ୍ରୀ ଲେଖିଛନ୍ତି, ଏଥିରେ ମୁଁ ଏକ ସୁବୁଠୁ ଅଧିକ ଭାବପ୍ରବଣ ଅଭିନୟର ଅଂଶ ହେଲି । ପ୍ରତ୍ୟେକ ଅଭିନେତା ସବୁବେଳେ ଏପରି ଚରିତ୍ରରେ ଅଭିନୟ କରି ନିଜର ସାମର୍ଥ୍ୟ ଦେଖାଇବାକୁ ଚାହାନ୍ତି ଏବଂ ଏଭଳି ପ୍ରଦର୍ଶନ ପାଇଁ ଏହା ଏକ ନିର୍ଦ୍ଦିଷ୍ଟ ସ୍ତରର ପ୍ରଦଣ୍ଶନ ଆବଶ୍ୟକ କରେ । ଟି-ସିରିଜ୍ ସହ ଏଭଳି ଏକ ମ୍ୟୁଜିକ ଭିଡିଓ ସୁଟିଂ କରିବା ତାଙ୍କ ପାଇଁ ଆନନ୍ଦଦାୟକ ଥିଲା ବୋଲି କହିଛନ୍ତି ଧନଶ୍ରୀ ।  ଏଥିସହିତ ସେ ଆଶା କରୁଛନ୍ତି, ଯେ, ଦର୍ଶକଙ୍କ ଭିତରେ ମଧ୍ୟ ଏହା ଗଭୀର ଭାବରେ ପ୍ରତିଧ୍ୱନିତ ହେବ ।

ତେବେ ୨୦୨୦ରେ ବିବାହ ମନ୍ଧନରେ ବାନ୍ଧି ହୋଇଥିବା ଭାରତୀୟ କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ଧନଶ୍ରୀ ବର୍ମା ବିବାହ ବନ୍ଧନରେ ବାନ୍ଧ ହୋଇଥିଲେ । ଏବେ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି । ଏଥିସହିତ ଧନଶ୍ରୀ ଏବଂ ଚହଲ ସେମାନଙ୍କର ଛାଡପତ୍ର ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।  ଚହଲ ତାଙ୍କ ପୂର୍ବତନ ପତ୍ନୀଙ୍କୁ ୪.୭୫ କୋଟି ଟଙ୍କା ଭରଣପୋଷଣ ଦେବାକୁ ମଧ୍ୟ ରାଜି ହୋଇଛନ୍ତି । ବମ୍ବେ ହାଇକୋର୍ଟ ସେମାନଙ୍କର ପାରସ୍ପରିକ ସମ୍ମତିରେ ଛାଡପତ୍ର ଆବେଦନକୁ ତ୍ୱରାନ୍ୱିତ କରିଛନ୍ତି ।

Leave A Reply

Your email address will not be published.