Latest Odisha News

BREAKING NEWS

ଆକାଶରୁ ଅଗ୍ନିବର୍ଷା ବେଳେ ସୁନ୍ଦରଗଡ ସହରରେ ଜଳ ଯୋଗାଣ ବ୍ୟବସ୍ଥା ଠପ୍

ସୁନ୍ଦରଗଡ଼: ସାରା ରାଜ୍ୟ ଯେତେବେଳେ ଚତଲା କଢେଇରେ ଭାଜି ହେଉଛି ସେହି ସମୟରେ ସୁନ୍ଦରଗଡ ସହରରେ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ପ୍ରଚଣ୍ଡ ଖରାରେ ଲୋକେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି।

ଗତ କିଛି ଦିନ ହେବ ସମଗ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ସକାଳୁ ସୁନ୍ଦରଗଡ଼ ସହରର ଜଳଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି।

ଇବ୍ ନଦୀ ଉପରେ ନିର୍ଭର କରୁଥିବା ସମଗ୍ର ସହର ଜଳ ଯୋଗାଣ ଉପରେ ନିର୍ଭର କରୁଥିବା ବେଳେ ନଦୀ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଥିବାରୁ ଜଳ ଯୋଗାଣ ସେବା ଠପ୍ ହୋଇପଡିଛି। ଜନସଂଖ୍ୟାର ପ୍ରାୟ ୬୦%ରୁ ଅଧିକ ନଦୀରୁ ମିଳୁଥିବା ପାଣି ଉପରେ ନିର୍ଭର କରୁଥିବା ବେଳେ ଅବଶିଷ୍ଟ ଅଧିବାସୀମାନେ କୂଅ ଓ ଗଭୀର ବୋରଓ୍ୱେ ଉପରେ ନିର୍ଭର କରିଥାନ୍ତି।

ଦୁଇ ବର୍ଷ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମସ୍ତ ଘରକୁ ଜଳଯୋଗାଣ ସହ ସଂଯୋଗ କରିବା ପାଇଁ ପାଇପ୍ ଲାଇନ୍ ବିଛାଯାଇଥିଲା। କିନ୍ତୁ ବିଭାଗ କିମ୍ବା ଓ୍ୱାଟକୋ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜି ସମ୍ବଲପୁର ତାପମାତ୍ରା ୪୬ ଡିଗ୍ରୀ ଟପିଥିବା ବେଳେ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଯେଉଁଥିରେ ସୁନ୍ଦରଗଡ଼ ରହିଛି। ରବିବାର ସୁନ୍ଦରଗଡର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା।

Comments are closed.