ବେଙ୍ଗାଲୁରୁ: କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକର ହାସନ ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ଏକ ଫାର୍ମରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ବୁଧବାର କହିଛି।
ଗୋନି ସୋମନାହାଲି ଗାଁରେ ଥିବା ଚାଷ ଜମିରେ ପହଞ୍ଚିବା ପରେ ଚାଷୀ ଧରଣୀ ନିଜର ଟମାଟୋ ଫସଲ ଦେଖି ହତବାକ୍ ହୋଇଯାଇଥିଲେ। ଏହାପରେ ସେ ହଳେବେଡୁ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ଆଇପିସିର ୩୭୯ ଧାରାରେ ଏକ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ବର୍ତ୍ତମାନ ଟମାଟୋ ଦର ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି। ଚଳିତ ବର୍ଷ କର୍ଣ୍ଣାଟକର କେତେକ ଅଞ୍ଚଳରେ ବର୍ଷାର ଅଭାବ ଏବଂ ସାରର ଉଚ୍ଚ ମୂଲ୍ୟ ଯୋଗୁ ଟମାଟୋ ଦର ଆକାଶଛୁଆଁ ହୋଇଛି ବୋଲି କୁହାଯାଇପାରେ।
Comments are closed.