Latest Odisha News

BREAKING NEWS

ରାହୁଲଙ୍କ ପରେ ମମତା: କୋଲକାତାରେ ଆଉ ପ୍ରଚାର କରିବେ ନାହିଁ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି । ଏପଟେ କରୋନା କାୟା ବି ବଢୁଛି । ଏଭଳି ସ୍ଥିତିରେ କୋଲକାତାରେ ଆଉ ପ୍ରଚାର ଅଭିଯାନ କରିବେ ନାହିଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛି ଟିଏମସି । ଆସନ୍ତା ୨୬ ତାରିଖରେ ପ୍ରଚାରର ଶେଷ ଦିନରେ ମମତା କୋଲକାତାରେ କେବଳ ଏକ ପ୍ରତୀକାତ୍ମକ ସଭା କରିବେ ।

ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ମମତା ବାନାର୍ଜୀ କରୁଥିବା ନିର୍ବାଚନ ରାଲିଗୁଡ଼ିକ ଆଉ ୩୦ ମିନିଟ୍‌ରୁ ଅଧିକ ହେବ ନାହିଁ । କରୋନା ସଂକ୍ରମଣ ଓ ଲୋକଙ୍କ ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଦଳ ଏହି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ପଶ୍ଚିମବଙ୍ଗରେ ହେବାକୁ ଥିବା ପ୍ରଚାର ଓ ରାଲିକୁ ରଦ୍ଦ କରିଥିଲେ । ଏଦିଗରେ ଚିନ୍ତା କରିବା ପାଇଁ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ପରାମର୍ଶ ଦେଇଥିଲେ ରାହୁଲ ।

Leave A Reply

Your email address will not be published.