Latest Odisha News

ଅଲିମ୍ପିକ କୋଟା ହାସଲ କଲେ ବକ୍ସର ଅମିତ

ନୂଆଦିଲ୍ଲୀ: ଭାରତୀୟ ବକ୍ସର ଅମତି ଫଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ରବିବାର ବ୍ୟାଙ୍କଙ୍କରେ ଅନୁଷ୍ଠିତ ୱାର୍ଲ୍ଡ ବକ୍ସିଂ କ୍ୱାଲିଫାୟରରେ ପୁରୁଷ ୫୧ କିଗ୍ରା ବିଭାଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟରରେ ସେ ଚୀନର ଳିୟୁ ଚୁଆଙ୍ଗଙ୍କୁ ୫-୦ରେ ହରାଇ ଅଲିମ୍ପିକ ଟିକେଟ କାଟିଛନ୍ତି । ଏହା ପୂର୍ବରୁ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅମିତଙ୍କ ସମେତ ନୀଖତ ଜରୀନ, ପ୍ରୀତି ପାୱାର ଓ ଲଭଲୀନା ବୋରଗୋହୀନ ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଅମିତ ପ୍ରଥମ ରାଉଣ୍ଡରେ ବିଦାୟ ନେଇ ସମସ୍ତଙ୍କୁ ନିରାଶ କରିଥିଲେ ।

୨୦୧୬ରେ ସେ ଜାତୀୟ ଚାମ୍ପିୟନ ହୋଇଥିଲେ । ଏହା ପରଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ୨୦୧୮ରେ ଆର୍ମିରେ ଯୋଗ ଦେବା ପରେ ସେ ପୁଣେ ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଇଥିଲେ । ସେହି ବର୍ଷ ଏସିଆନ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଏସିଆନ ଚାମ୍ପିୟନଶିପରେ ୩ଟି ପଦକ ଜିତିଛନ୍ତି । ତାଙ୍କଠାରୁ ପ୍ରଶଂସକମାନେ ଏଥର ଅଲିମ୍ପିକ୍ସରେ ପଦକ ଆଶା କରୁଛନ୍ତି ।

Comments are closed.